ବିଧାୟକଙ୍କ ଜିଲ୍ଲାମୁଖ୍ୟ ଚିକିତ୍ସାଳ ପରିଦର୍ଶନଜୀବନରକ୍ଷକ ଅମ୍ଳଜାନ ଅଭାବ ଓ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ଜାଣି ହେଲେ ତାଜୁବ

ବିଧାୟକଙ୍କ ଜିଲ୍ଲାମୁଖ୍ୟ ଚିକିତ୍ସାଳ ପରିଦର୍ଶନଜୀବନରକ୍ଷକ ଅମ୍ଳଜାନ ଅଭାବ ଓ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ଜାଣି ହେଲେ ତାଜୁବ

ବିଧାୟକଙ୍କ ଜିଲ୍ଲାମୁଖ୍ୟ ଚିକିତ୍ସାଳ ପରିଦର୍ଶନଜୀବନରକ୍ଷକ ଅମ୍ଳଜାନ ଅଭାବ ଓ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ଜାଣି ହେଲେ ତାଜୁବ

ଗଜପତି, ୧୨.୧(ମନୋଜ ପାଢ଼ୀ) – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବନରକ୍ଷକ ସାଜୁଥିବା ଅମ୍ଳଜାନ ଏବଂ ଚିକିତ୍ସାଳୟର ବ୍ୟାପକ ଅବ୍ୟବସ୍ଥା ଦେଖି ପାରଳାଖେମୁଣ୍ଡି ବିଧାୟ ଇଂ.ରୂପେଶ କୁମାର ପାଣିଗ୍ରାହୀ ତାଜୁବ ହୋଇଛନ୍ତି । ଆଜି ସନ୍ଧ୍ୟା ସମୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଅଚାନକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗସ୍ତ କରିଥିଲେ । ଚିକିତ୍ସାଳୟର ସମସ୍ତ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଆଲୋଚନା କରି ଅବ୍ୟସ୍ଥା ଗୁଡିକ ସମ୍ପର୍କେ ଜାଣି ଦୁଃଖ ପ୍ରକାଶ କରିଥିଲେ । ଚିକିତ୍ସାଳୟରେ ଷ୍ଟାଫ୍ ନର୍ସଙ୍କ ଅଭାବ ଠାରୁ ଆରମ୍ଭ କରି ଡାକ୍ତରଙ୍କ ଅଭାବ କେତେକ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାର ଦେଖିଥିଲେ । ବିଶେଷ କରି ଜୀବନ ରକ୍ଷକ ସାଜୁଥିବା ଅମ୍ଳଜାନ ପ୍ଲାଣ୍ଟ ବର୍ଷେ ହେଲା ଅଚଳ ଅବସ୍ଥାରେ ପଡିରହିଥିବା ଶୁଣି ଓ ଦେଖି ତାଜୁବ ହୋଇଯାଇଥିଲେ । ଗତ ରାଜ୍ୟ ସରକାର କୋଭିଡ୍ ଭଳି ମହାମାରୀ ସମୟରେ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିଥିଲେ ।

ଯାହାକି ଦୁଇବର୍ଷ ହେଲା ସୁରୁଖୁରୁରେ ଚାଲୁ ରହିଥିଲା । ଚିକିତ୍ସାଳୟର ସମସ୍ତ ୱୋର୍ଡ ଓ ପ୍ରତ୍ୟେକ ବେଡ୍ ନିକଟକରେ ଅମ୍ଳଜାନ ପାଇପ ମଧ୍ୟ ବସାଯାଇଛି । ହେଲେ ଆବଶ୍ୟକୀୟ ସମୟରେ ଦୁଇ ଗୋଟି ସିଲିଣ୍ଡର ମାଧ୍ୟମରେ ସେହି ପୁରୁଣା ଢଙ୍ଗରେ ରୋଗୀଙ୍କୁ ଅମ୍ଳଜାନ ଦିଆଯାଉଥିବା ଦେଖି ଦୁଃଖ ପ୍ରକାଶ କରିଥିଲେ । ତେବେ ସିଲିଣ୍ଡର ମାଧ୍ୟମରେ ଦିଆଯାଉଥିବା ଅମ୍ଳଜାନ ପାଇଁ ଚୁକ୍ତିଭିତ୍ତିକରେ ଯେଉଁ ଏଜେନ୍ସିକୁ ଦିଆଯାଇଛି ଚୁକ୍ତି ସରିଯାଇଥିବା ଯୋଗୁଁ ସେବି ଅମ୍ଳଜାନ ଭରି କରୁନଥିବାର ବିଧାୟକ ଜାଣିବାକୁ ପାଇଥିଲେ । ପୂର୍ବ ସରକାରଙ୍କ ଅମଳରେ ରୋଗୀ ସେବାରେ କୌଣସି ସମସ୍ୟା ଦେଖାଦେଇନଥିଲେ ମଧ୍ୟ ବର୍ତ୍ତମାନ କାହିଁକି ଏଭଳି ସମସ୍ୟା ଉଭାହୋଇଛି ତାହା କେହି ଜାଣିପାରୁ ନାହାନ୍ତି ବୋଲି ବିଧାୟକ କହିଛନ୍ତି । ଏନେଇ ବିଧାନସଭାରେ ରାଜ୍ୟ ସରକାର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା କଥା କହୁଥିବା ବେଳେ ପାରଳାଖେମୁଣ୍ଡି ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ପରିସ୍ଥିତିକୁ ଦେଖିଲେ ପ୍ରକୃତପକ୍ଷେ କୌଣସି ନିଯୁକ୍ତି ଦିଆଯାଉନାହିଁ । ସ୍ବାସ୍ଥ୍ୟ ସେବା ଭଳି ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣାରେ କେହି ହେଲେ ବିଭାଗୀୟ ପଦାଧିକାରୀ ହୁଅନ୍ତୁ କି ସରକାର ଗୁରୁତ୍ବ ଦେଉନଥିବା ଜଣାପୁଡୁଛି ।

ଏହି ଚିକିତ୍ସାଳୟରେ ଯେଉଁ ଦୁଇଗୋଟି ସିଲିଣ୍ଡର ମାଧ୍ୟମରେ ରୋଗୀଙ୍କୁ ଅମ୍ଳଜାନ ଦିଆଯାଉଛି ଏହା ଜରୁରୀପରିସ୍ଥିରେ କେବଳ ଦୁଇ ଜଣଙ୍କୁ ହିଁ ଦିଆଯାଇପାରିବ । ଯଦି ସେହି ସମୟରେ ଅଧିକା ଗୁରୁତର ରୋଗୀ ଥାନ୍ତି ତେବେ ତୃତୀୟ ଓ ଚତୁର୍ଥ ରୋଗୀଙ୍କ କ୍ଷେତ୍ରରେ ଆଉ ଅମ୍ଳଜାନ ନଥିବ । ଜୀବନ ରକ୍ଷକ ସାଜୁଥିବା ଅକ୍ସିଜେନ୍ ର ଅଭାବକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏନେଇ ଅକ୍ସିଜେନ୍ ପ୍ଲାଣ୍ଟରେ ନିୟୋଜିତ ହୋଇଥିବା ପ୍ଲାଣ୍ଟ ଅପରେଟର ପ୍ରସନ୍ନ କୁମାର ଦୋରା କହିଛନ୍ତି ଯେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ନୂତନ ବିଲଡିଂରେ ଅକ୍ସିଜେନ୍ ପଏଣ୍ଟ ଓ ଅକ୍ସିଜେନ ବ୍ୟବସ୍ଥା ଠିକ୍ ରହିଛି । ତେବେ ପୁରୁଣା ବିଲଡିଂରେ ଅକ୍ସିଜେନ ପଏଣ୍ଟ ଗୁଡିକର ରକ୍ଷଣାବେକ୍ଷଣ ଜରୁରୀ ଅଟେ ଏବଂ ସେଠାରେ ଅକ୍ସିଜେନର ଅଭାବ ରହିଛି । ବର୍ଷେ ହେଲା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନଥିବାର ପ୍ରକାଶ କରିଛନ୍ତି ।