*ବିଡ଼ିଓଙ୍କ ବଦଳି ନହେବା ପଛରେ କିଏ?*
ଗଜପତି 14/03/2026(ନିପ୍ର):- ଓଡ଼ିଶାରେ ସରକାର ପରିବର୍ତନ ହେବାର ଦୀର୍ଘ ଦୁଇ ବର୍ଷ ବିତିଗଲାଣି l ଏଥି ମଧ୍ୟରେ ରାଜ୍ୟରେ ସ୍ୱଛତା ଆଣିବା ପାଇଁ ସମସ୍ତ ପ୍ରତ୍ୟେକ ବ୍ଲକରେ ଅଧିକାରୀମାନଙ୍କୁ ସରକାର ବଦଳି କରିଥିଲେ lଏଭଳି କ୍ଷେତ୍ରରେ ସାତଗୋଟି ବ୍ଲକକୁ ନେଇ ଗଠିତ ଗଜପତି ଜିଲ୍ଲାର ଅନ୍ୟତମ ଆଦିବାସୀ ଅଧ୍ୟୁଷିତ ବ୍ଲକ ହେଉଛି ରା -ଉଦୟଗିରି l ଦୁର୍ଭାଗ୍ୟର ବିଷୟ ବର୍ତମାନ କେହି କେହି ଏହି ବ୍ଲକକୁ ଦୁର୍ନୀତିର ଗନ୍ତାଘର ବୋଲି କହିବାକୁ ଲାଗିଲେଣି l କାରଣ ସତର ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକର କୋଣଅନୁକୋଣରେ ଦୁର୍ନୀତିର ବାସ୍ନା ବାରି ହେଉଛି l ବିଭିନ୍ନ ସ୍ଥାନରେ ହେଉଥିବା ମନରେଗା ଯୋଜନା, ସ୍ଵଛଭାରତ ମିଶନ, ଜଳଛତ୍ର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଡୁମ୍ବା ପାର୍କ ଓ ବସଷ୍ଟାଣ୍ଡ ଦୋକାନ ଘର ବଣ୍ଟନ ଅନିୟମିତତାରେ ହେଇଥିବା ଦୁର୍ନୀତିକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଦୁର୍ନୀତିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା ଆଖିଦୃଷ୍ଟିଆ ତଦନ୍ତ ନିଆଯାଉଥିବା ମଧ୍ୟ ଦେଖିବାକୁ ମିଳୁନି l
ଏହି ବ୍ଲକର ସବୁଠାରୁ ଅଧିକ ଦୁର୍ନୀତି କଥା ଯଦି କହିବା ତତ୍କାଳୀନ ସରକାରଙ୍କ ସମୟରେ “ଆମ ଓଡିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି l କିନ୍ତୁ ଅନେକ ସ୍ଥାନରେ କୌଣସି କାମ ନହୋଇ ବ୍ଲକ ପ୍ରଶାସନ ସମସ୍ତ ଟଙ୍କାକୁ ଚଳୁ କରିଦେଇଥିବାର ମଧ୍ୟ ନଜରକୁ ଆସିଛି l ଏହି ବିଷୟରେ ଯଦି ବିଡ଼ିଓଙ୍କୁ ପଚରା ଯାଏ ତାହେଲେ ବିଡ଼ିଓ ମହାଶୟ ଗଣମାଧ୍ୟମରେ ପ୍ରତିନିଧି ମାନଙ୍କ ଉପରେ ବିରକ୍ତ ପ୍ରକାଶ କରୁଛନ୍ତି lଏବଂ ଏହି ସବୁ ଦୁର୍ନୀତି ଗୁଡିକୁ ନେଇ ଯେତେବେଳେ ସ୍ଥାନୀୟ ଲୋକେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ସେ କୌଣସି ତଥ୍ୟ ଦେଉନାହାନ୍ତି l ତେଣୁ ଏଠି ପ୍ରଶ୍ନ ଉଠୁଛି ଦୁର୍ନୀତି ହେବା ପରେ ପ୍ରତିଦିନ ବିଭିନ୍ନ ଖବର କାଗଜରେ ମଧ୍ୟ ଛପାଯାଉଛି କିନ୍ତୁ ଏଠାକାର ବିଡ଼ିଓ ଦୀର୍ଘ ଚାରି ବର୍ଷଧରି ଏଠାରେ ବିଡ଼ିଓ ଭାବେ ରହିଛନ୍ତି ଏଥି ମଧ୍ୟରେ ଦୁଇଟି ସରକାର ଓଡ଼ିଶାରେ ଶାସନ କରିଲେଣି l
କିନ୍ତୁ ଜିଲ୍ଲାରେ ସମସ୍ତ ବିଡ଼ିଓଙ୍କର ବଦଳି ହେଲେ ମଧ୍ୟ ରା -ଉଦୟଗିରି ବିଡ଼ିଓଙ୍କର କାହିଁକି ବଦଳି ହେଉନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଶୁଣିବାକୁ ମିଳୁଛି ରାଜ୍ୟ ସଚିବାଳୟରେ ବଡ ବଡ ସଚିବଙ୍କ ସହ କାଳେ ଭିଡିଓଙ୍କର ଭଲ ସମ୍ପର୍କ ରହିଛି ତେଣୁ ଏହି ବିଡ଼ିଓଙ୍କର ବଦଳି ହେଉନଥିବା ନେଇ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ହେଉଛି l ଏବଂ ବଦଳି ନହେବା ପଛରେ କେଉଁ ବଡବଡ ବାବୁଙ୍କର ହାତଅଛି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତୁରନ୍ତ ଏହି ବ୍ଲକର ବିଡ଼ିଓଙ୍କୁ ବଦଳି କରାଯାଉ ଏବଂ ନୂତନ ବିଡ଼ିଓଙ୍କୁ ନିଯୁକ୍ତି କରାଯାଉ ବୋଲି ବ୍ଲକ ବାସିନ୍ଦା ଡବଲ ଇଂଜିନ ସରକାରଙ୍କୁ ଅନୁରୋଧ କରିଛନ୍ତି l
