ବିଜେଡି ରାଜ୍ୟ ମହିଳା ସଂଗଠନ ରେ ସ୍ଥାନ ପାଇଲେ ଶୁଭ୍ରା ଓ ନାଗଲକ୍ଷ୍ମୀ
ରାୟଗଡ(info media) : ରାଜ୍ୟ ବିଜେଡି କୁ ମଜବୁତ କରିବା ସହିତ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ କିପରି ଭାବେ ସାଶକ ବିଜେପି ଓ କଂଗ୍ରେସ କୁ ମାଡ଼ ଦେବ ସେଥିପାଇଁ ଦଳ କୁ ମଜବୁତ କରିବା ପାଇଁ 158 ଜଣ ସାଧାରଣ ସମ୍ପାଦିକା, ସମ୍ପାଦିକା, ବରିଷ୍ଠ ଉପସଭାପତି ଓ ଉପସଭାପତି ଙ୍କୁ ନିଯୁକ୍ତି ଦେଇଛନ୍ତି l ଏହି ପରିପେକ୍ଷ ରେ ରାୟଗଡ ଜ଼ିଲ୍ଲା ରୁ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଙ୍କୁ ସାଧାରଣ ସମ୍ପାଦିକା ଭାବେ ରାୟଗଡନିର୍ବାଚନ ମଣ୍ଡଳୀ,ରଜନୀ ମଣ୍ଡାଙ୍ଗୀ ସମ୍ପାଦିକା ଗୁଣୁପୁର ନିର୍ବାଚନ ମଣ୍ଡଳୀ , କୋଳନରା ବ୍ଲକ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା ଇପିଲି ନଗଲକ୍ଷ୍ମୀ ବିଷମକଟକ ନିର୍ବାଚନ ମଣ୍ଡଳୀ ,ରାୟଗଡ ପୌର ପରିଷଦ ଅଧକ୍ଷା ଶୁଭ୍ରା ପଣ୍ଡା ସମ୍ପାଦିକା ରାୟଗଡ ନିର୍ବାଚନ ମଣ୍ଡଳୀ , ସୁଜାତା ମଣ୍ଡାଙ୍ଗୀ ରାୟଗଡ ନିର୍ବାଚନ ମଣ୍ଡଳୀ ରୁ ନିଯୁକ୍ତି ଦିଆଯାଇଛି l ସୂଚନା ଯୋଗ୍ୟଯେ ଶୁଭ୍ରା ପଣ୍ଡା ବର୍ତମାନ ପୌର ଉପାଧକ୍ଷା ସହିତ ମହିଳା ଶକ୍ତି ବାହିନୀ ସଭାପତି ରହି ଲୋକଙ୍କ ସହିତ ଯୋଡି କାମକରୁଛନ୍ତି ଠିକ ସେହିପରି ଇପିଲି ନାଗଲକ୍ଷ୍ମୀ କୋଳନରା ବ୍ଲକ ବିଜେଡି ମହିଳା ସଭାପତି ରହି ସଂଗଠନ କୁ ମଜବୁତ କରିବାରେ ସକ୍ଷମ ହୋଇଥିଲେ l ନବ ନିଯୁକ୍ତ କର୍ମକର୍ତା ଙ୍କୁ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ରଘୁନାଥ ଗୋମାଙ୍ଗ, ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ଜ଼ିଲ୍ଲା ଉପସଭାପତି ଇପିଲି ଧବଳେଶ୍ୱର ରାଓ, ପୋନ୍ତୁରୁମାନିରାତନମ, ବିନାୟକ ପୋଲାଈ ଅଭିନନ୍ଦନ ଜଣାଇଛନ୍ତି l ନାଵନିଯୁକ୍ତ କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
