ବିଜେଡିରେ ସାମିଲ ହେଲେ ୫୦ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ

ବିଜେଡିରେ ସାମିଲ ହେଲେ ୫୦ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ

ବିଜେଡିରେ ସାମିଲ ହେଲେ ୫୦ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ

ଗଜପତି,୧୮.୧.(ମନୋଜ ପାଢ଼ୀ)- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କରଣୀବଦ୍ରା ଓ ଖାଣ୍ଡବା ପଞ୍ଚାୟତ ପୂର୍ତ୍ତୀଗୁଡ଼ା ଗ୍ରାମର ୫୦ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ରାଜନୀତି, ଆଦର୍ଶ ସହ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ଉନ୍ନୟନମୂଳକ ମନୋଭାବ ଓ ଜନସମ୍ପର୍କକୁ ଦେଖ୍ ସେମାନେ ବିଜେଡି ରେ ସାମିଲ ହୋଇଛନ୍ତି । ବିଶେଷ କରି ପାରଳାଖେ ବିଧାନସଭା କଂଗ୍ରେସରେ ଥିବା ଧୂବା ବିଶୃଙ୍ଖଳା ଓ ନେତାଙ୍କ ଛକାପଞ୍ଝା ରାଜନୀତିରେ ଅତିଷ୍ଠ ହେବା ସହ ର୍ତ୍ତମାନର ସରକାରଙ୍କ ଦିଶାହୀନଯୋଜନା, ଶୋଷଣନୀତି ଆଦି ବିରୋଧ କରି ଶେଷରେ ବିଜେଡିରେ ମିଶିଥିବା ସେମାନେ କହିଛନ୍ତି।

ଏନେଇ ପାରଳାଖେମୁଣ୍ଡି ରାମନଗରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଏବଂ ବିଧାୟକଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀ ଓ ନେତା ସାମିଲ ହୋଇଥିଲେ। ବିଜେଡି ପକ୍ଷରୁ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିବା ବେଳେ ମିଶ୍ରଣ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳକୁ ଅଧୂକ ମଜଭୁତ କରିବ ବୋଲି କୁହାଯାଇଛି | ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ନବନିଯୁକ୍ତ କାଶୀନଗର ବ୍ଲକ ବିଜେଡି ସଭାପତି ଅଖେଳ ପାତ୍ରଙ୍କ ସମେତ ବହୁ ଦଳୀୟନେତା ଓ କର୍ମୀ ଉପସ୍ଥିତ।