ବିଜେଡିରୁ ଜିଲ୍ଲା ଉପସଭାପତିଙ୍କ ଇସ୍ତଫା ର 24 ଘଣ୍ଟା ପରେ ପୁଣି ବିଜେଡି କୁ ପ୍ରତ୍ୟାବର୍ତ୍ତନ

ବିଜେଡିରୁ ଜିଲ୍ଲା ଉପସଭାପତିଙ୍କ ଇସ୍ତଫା ର 24 ଘଣ୍ଟା ପରେ ପୁଣି ବିଜେଡି କୁ ପ୍ରତ୍ୟାବର୍ତ୍ତନ

ବିଜେଡିରୁ ଜିଲ୍ଲା ଉପସଭାପତିଙ୍କ ଇସ୍ତଫା ର 24 ଘଣ୍ଟା ପରେ ପୁଣି ବିଜେଡି କୁ ପ୍ରତ୍ୟାବର୍ତ୍ତନ

ରାୟଗଡ଼ (ସ୍ୱ ପ୍ର ): ରାୟଗଡ଼ା ଜିଲ୍ଲା କମିଟି ଘୋଷଣା ପରେ ବିଜେଡି ପାଇଁ ଅଡୁଆ ବଢିବାରେ ଲାଗିଥିଲା । ଜିଲ୍ଲା ଉପସଭାପତି ଗଣେଶ ସାଉନ୍ତା ତାଙ୍କ ପଦ ଓ ପ୍ରାଥମିକ ସଦସ୍ୟରୁ ପଦ ରୁ ସେ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କ ନିକଟକୁ ପଠାଇଥିଲେ । ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ଦଳରେ ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କୁ ଅଣଦେଖା କରାଯିବା ମୁଖ୍ୟ କାରଣ। ଏଥିପାଇଁ ସେ ଇସ୍ତଫା ଦେଇଥିବା କହିଥିଲେ । ତାଙ୍କ ଇସ୍ତଫା ପରେ ଦଳ ଭିତରେ ହଲଚଲ ସୃଷ୍ଟି ହୋଇଥିଲା। ରାଜ୍ୟରେ ଦଳ ଶାସନ ଗାଦି ହରାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳରୁ ଏଭଳି ଇସ୍ତଫା ଦେବା ବିଜେଡି ଉପରେ ପ୍ରଭାବ ପକାଇବ ବୋଲି ସମୀକ୍ଷକମାନେ ମତ ରଖିଥିଲେ l

କିନ୍ତୁ ଦୁଇ ଦିନ ପୂର୍ବରୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ବରିଷ୍ଠ ନେତା ଶ୍ରୀ ଗଣେଶ ସାଉନ୍ତା ଆଜି ତାଙ୍କ ନିଷ୍ପତ୍ତି ପୁନର୍ବିଚାର କରି ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ସେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ରାଓ ଓ ଅନୁସୟା ମାଝୀ ଓ ନେତୃମଣ୍ଡଳୀ ଙ୍କ ଉପସ୍ଥିତିରେ ଔପଚାରିକ ଭାବେ ଇସ୍ତଫା ଦେଇଥିବା ପତ୍ର କୁ ପ୍ରତ୍ୟାହାର କରିଥିଲେ ଓ ଦଳ ପ୍ରତି ନିଜର ଅତୁଟ ସମର୍ପଣ ରହିଥିବା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ଓଡିଶା ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ସେ ସକ୍ରିୟ ଭାବେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ