ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା : ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାମନାଗୁଡା ପଞ୍ଚାୟତ ସମିତି ଅଧୀନ କଲ୍ୟାଣ ମଣ୍ଡପ ରେ ଦୁଇ ଦିନିଆ ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବା ଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ବ୍ଲକ କଳା ସଂସ୍କୃତି ସଙ୍ଘ ଉପ ସଭାପତି ରମେଶ ଶବର,ବ୍ଲକ ଅର୍ଥ ଅଧିକାରୀ ନୀଳକଣ୍ଠ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।ଅତିଥି ମାନେ ନିଜ ବକ୍ତବ୍ୟ ରେ ବିକଶିତ ଭାରତ ଗଠନ ରେ ଯୁବାବର୍ଗଙ୍କ ଦାୟିତ୍ବ ଓ ସହଭାଗିତା ଉପରେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ରେ ନିଶାମୁକ୍ତ ଯୁବଶକ୍ତି,ବିକଶିତ ଭାରତ ,ସୁସ୍ଥ ଜୀବନ ଶୈଳୀ ଆଦି ପ୍ରସଙ୍ଗ କୁ ନେଇ ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଦିନ ରେ କାହାଣୀ ଲିଖନ,ସ୍ଥାନୀୟ ଲୋକ କଳା ଓ ସଂସ୍କୃତି କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା ରେ ସ୍ଥାନୀୟ ଅଞ୍ଚଳ ର ୧୫ ରୁ ୩୫ ବର୍ଷୀୟ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ,ରମେଶ ମିଶ୍ର, ଦୂର୍ଗା ଶତପଥୀ, ଜେ ନାଗରାଜୁ,ସୁରଥ ପାଲକା,ଅଖିଳ ନାୟକ ବେହେରା ,ସନ୍ତୋଷ ବେହେରା ,ପ୍ରଫୁଲ୍ଲ ଲିମା ପ୍ରମୁଖ ସହଯୋଗ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
