ବାନିପାଲି ପ୍ରୋଜେକ୍ଟ ଉ ପ୍ରା ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବାନିପାଲି ପ୍ରୋଜେକ୍ଟ ଉ ପ୍ରା ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବାନିପାଲି ପ୍ରୋଜେକ୍ଟ ଉ ପ୍ରା ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଂଚାୟତ ର ବାନିପାଲି ପ୍ରୋଜେକ୍ଟ ଉ ପ୍ରା ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଶିକ୍ଷୟତ୍ରୀ ନୀତୁ ବାଗ ମଂଚ ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ମଂଜରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ରାଜେଶ ଡନସନା, ନରେନ୍ଦ୍ର ସେଟ, ସମିତି ସଭ୍ୟା ଛାୟାବତୀ ନାୟକ, ପଞ୍ଚାନନ ଭୂଏ, ସିଆରସିସି ବିଶ୍ୱଜିତ ମହାପାତ୍ର ଯୋଗଦେଇଥିଲେ ।ଲୁସି ସାହୁ, ରିତା ପ୍ରଧାନ, ବନ୍ତୀ ବୁଡେକ ଓ ଘାସିରାମ ଦାଶ ସମସ୍ତ କର୍ମକର୍ତ୍ତା ପରିଚାଳନା ସହଯୋଗ କରିଥିଲେ।

ଅତିଥି ମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନକୁଂ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।