ବାତ୍ରୀ ମାଣ୍ଡାଙ୍ଗୀ ଙ୍କୁ ରାମନାଗୁଡ଼ା ବ୍ଳକ ବିଜେଡି ସଭାପତି ମୁନିଗୁଡା ବ୍ଲକ ବିଜେଡି ସଭାପତି ଭାବେ ରତ୍ନଲାଲ ଜୈନ ଙ୍କୁ ନିଯୁକ୍ତି

ବାତ୍ରୀ ମାଣ୍ଡାଙ୍ଗୀ ଙ୍କୁ ରାମନାଗୁଡ଼ା ବ୍ଳକ ବିଜେଡି ସଭାପତି ମୁନିଗୁଡା ବ୍ଲକ ବିଜେଡି ସଭାପତି ଭାବେ ରତ୍ନଲାଲ ଜୈନ ଙ୍କୁ ନିଯୁକ୍ତି

ବାତ୍ରୀ ମାଣ୍ଡାଙ୍ଗୀ ଙ୍କୁ ରାମନାଗୁଡ଼ା ବ୍ଳକ ବିଜେଡି ସଭାପତି ମୁନିଗୁଡା ବ୍ଲକ ବିଜେଡି ସଭାପତି ଭାବେ ରତ୍ନଲାଲ ଜୈନ ଙ୍କୁ ନିଯୁକ୍ତି ରାୟଗଡ଼( ଅମୁଲ୍ୟ ନିଶଙ୍କ ): ରାମନାଗୁଡା ବ୍ଲକ ବ୍ଲକରେ ବ୍ଲକ ସଭାପତି ଭାବେ ଜଣେ ସମାଜସେବୀ ବାତ୍ରୀ ମାଣ୍ଡ ଖଣ୍ଡାଙ୍ଗୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ବିଜୟମାଣ୍ଡାଙ୍ଗୀ ବେ ଦାୟିତ୍ବ ୨୪ ବର୍ଷ ଧରି କାର୍ଯ୍ୟକାରୀ ବ୍ଲକ୍ ସଭାପତି ଭାବେ । ତୁଲାଇ ଆସୁଥିଲେ। ନୂତନ ସଭାପତି ଶ୍ରୀ ବାତ୍ରୀ ମଣ୍ଡାଙ୍ଗୀଙ୍କୁ ପୂର୍ବତନ ଆଇନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ପୂର୍ବତନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି, ଯେଉଁ ଗୁରୁ ଦାୟିତ୍ବ ତାଙ୍କୁ ପ୍ରଦାନ କରାଯାଇଛି, ସେ ତାହାକୁ ସୁଚାରୁରୂପେ ତୁଲାଇବେ ବୋଲି ଶ୍ରୀ ମାଣ୍ଡାଙ୍ଗି ମତ ପ୍ରକାଶ କରିଥିଲେ l ଠିକ ସେହିପରି ମୁନିଗୁଡ଼ା ବ୍ଲକ ବିଜେଡି ସଭାପତି ଭାବେ ମନୋନୀତ ହୋଇଛନ୍ତି ରତନଲାଲ ଜୈନ | ରତନ ଲାଲ ପୂର୍ବରୁ ବ୍ଲକ ସଭାପତି ରହିଥ‌ିବା ବେଳେ ଏଥର ଦଳ ତାଙ୍କ ନେତୃତ୍ବ ଉପରେ ଭରସା କରି ଗୁରୁ ଦାୟିତ୍ବ ପ୍ରଦାନ କରିଛି।

ସ୍ଥାନୀୟ ବିଜେଡି ଦଳର ସଭାପତି ଭାବେ ଘୋଷଣା ପରେ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ, ଜିଲ୍ଲା ସାଧାର ଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼, ସଂଗଠକ ପିଙ୍କୁ ପାତ୍ର, ବୃନ୍ଦାବନ ପାଢ଼ୀଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀ ଜୈନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I ଅନ୍ୟପଟେ ପୁଣି ଥରେ ତାଙ୍କୁ ଏହି ଦାୟିତ୍ବ ଦେଇ ଥୂବାରୁ ସେ ଏହି ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହି ପଦବୀର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଓ ରତନଙ୍କ ନେତୃତ୍ବରେ ବିଜୁ ଜନତା ଦଳ ପୁଣି ଜନତାଙ୍କ ସମର୍ଥନ ପାଇବ ବୋଲି ଜିଳ ଜଗନ୍ନାଥ ସାର ରକା ସୁଚନା ଦେଇଛନ୍ତି । ଜିଲା ସଭାପତିରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ