ବାଡିସୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
କୋଲନରା:(info media) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କିଲି ଗ୍ରାମ ପଞ୍ଚାୟତ ବାଡିସୋଲା ଠାରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ଆମନ ଶବର ଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ସଭାପତି ହେମାବତୀ ମାଣ୍ଡଙ୍ଗି , କାମେଶ୍ୱର ମାଣ୍ଡଙ୍ଗି, ଭାସ୍କର ତାଡିଙ୍ଗି,ରାଜ।ରାଓ ହାରକା, ୱାର୍ଡ ମେମ୍ବର ସୁଜିତା ମାଣ୍ଡଙ୍ଗି, ଏବଂ ମୁଖ୍ୟ ବକ୍ତା ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ଦେଶକ ଲେଙ୍କା କଣ୍ଡାଗରୀ ଯୋଗ ଦେଇଥିଲେ |
ସେହିପରି ଉପ ସଭାପତି ଦମୟନ୍ତି ମାଣ୍ଡଙ୍ଗି,ଭାସ୍କର ତାଢ଼ିଙ୍ଗି ପ୍ରମୁଖ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଠାକୁର ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରି ଥିଲେ | ଅଧ୍ୟାପିକା ମାମୁନି ଗମାଙ୍ଗ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ, କିନ୍ତୁ ସେହି ପ୍ରତିଭାକୁ ଯିଏ ଖୋଜି କି ବାହାର କରି ତାକୁ କାର୍ଯ୍ୟରେ ଲଗାଇଲେ ସଫଳତା ହାସଲ କରିହୁଏ ଏବଂ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା, ଏବଂ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଦ୍ୟାଳୟ ଏକ ମନୁଷ୍ୟ ତିଆରି କାରଖାନା ବୋଲି ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ସରସ୍ୱତୀ ଶବର, ରୂପିକା ଶବର ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ର ସଭା ଶେଷରେ ଅଧ୍ୟାପିକା କରିସ୍ମା ହିମିରିକା ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
