ବାଙ୍ଗିରିପୋଷିରେ ଅଭାବନୀୟ ଘଟଣା: କଉମାଛ ତଣ୍ଟିରେ ଅଟକି ଯୁବକଙ୍କ ମୃତ୍ୟୁ

ବାଙ୍ଗିରିପୋଷିରେ ଅଭାବନୀୟ ଘଟଣା: କଉମାଛ ତଣ୍ଟିରେ ଅଟକି ଯୁବକଙ୍କ ମୃତ୍ୟୁ

ବାଙ୍ଗିରିପୋଷିରେ ଅଭାବନୀୟ ଘଟଣା: କଉମାଛ ତଣ୍ଟିରେ ଅଟକି ଯୁବକଙ୍କ ମୃତ୍ୟୁ

ବାଙ୍ଗିରିପୋଷି (ଇନଫୋ ମିଡିଆ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ମାଛ ଧରୁଥିବା ବେଳେ କଉମାଛ ତଣ୍ଟିରେ ଅଟକି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ପୁଲିସ ସୂଚନା ଅନୁସାରେ, ଦିଘି ଗାଁର ପ୍ରଫୁଲ୍ଲ କୁମାର ବିଜୁଳିଙ୍କ ପୁଅ ଅବିନାଶ ବିଜୁଳି ଶନିବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଗାଁ ପୋଖରୀରେ ମାଛ ଧରୁଥିଲେ। ଏହି ସମୟରେ ସେ ଏକ ଜୀବନ୍ତ କଉମାଛ ଧରିଥିଲେ। ତାହାକୁ ଅନ୍ୟ କୋଥାଉ ରଖିବା ପରିବର୍ତ୍ତେ ସେ ପାଟିରେ ଧରି ଆଉ ଏକ ମାଛ ଧରିବାକୁ ଚେଷ୍ଟା କରୁଥିଲେ।ଏହି ସମୟରେ ଅସାବଧାନତାବଶତଃ କଉମାଛଟି ପାଟି ଭିତରକୁ ପଶି ଯାଇ ତଣ୍ଟିରେ ଅଟକିଯାଇଥିଲା। କଣ୍ଟାଯୁକ୍ତ ମାଛ ଥିବାରୁ ଏହାକୁ ବାହାର କରିବାରେ ସେ ବିଫଳ ହୋଇଥିଲେ ଏବଂ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା।ପରେ ସେଠାରେ ଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।