-ବାଇକ୍ ଧକାରେ ବୃଦ୍ଧ ମୃତ ।
ଗଜପତି,୨୦.୧(ମନୋଜ ପାଢ଼ୀ)-ଗଜପତି ଜିଲ୍ଲା R.ଉଦୟଗିରି ଥାନା ଅନ୍ତର୍ଗତ ନିସଂଗପୁର ଗ୍ରାମର 70 ବର୍ଷୀୟ ସାରଥୀ ବେହେରଦଲାଇ । ରା.ଉଦୟଗିରି ଥାନା ନିକଟସ୍ଥ ମକାପଦା ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ରା.ଉଦୟଗିରି ଥାନା ପୋଲିସ ପହଞ୍ଚି ବାଇକ୍ ଚାଳକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ବାରମ୍ବାର ଏହି ସ୍ଥାନରେ ଏପରି ଦୁର୍ଘଟଣା ଘଟିବା ଓ ବାଇକ୍ ରେ ବିନା ହେଲମେଟ ରେ 3 ଜଣ ଯାତ୍ରା କରିବା ଓ ଅତ୍ୟଧିକ ଦୃତ ଗତି ଏହି ଦୁର୍ଘଟଣା ର ମୁଖ୍ୟ କାରଣ ବୋଲି ଯୁକ୍ତି ବାଢ଼ି ଛନ୍ତି । ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଏପରି ଦୁର୍ଘଟଣା ଘଟିବା ଦୁଃଖର ବିଷୟ ।
ବାଇକ୍ ଧକାରେ ବୃଦ୍ଧ ମୃତ ।
