ବହୁଜନ ସମାଜ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଗଙ୍ଗା ଧର ପୁଆଲା
ରାୟଗଡ( ଅମୁଲ୍ୟ ନିଶଙ୍କ ) : ରାୟଗଡ ଜ଼ିଲ୍ଲା ର ଆଦିବାସୀ ନେତା ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା ଙ୍କୁ ବିଏସପି ର ରାଷ୍ଟ୍ରୀୟ ଅଧକ୍ଷା ମାୟାବତୀ ଓଡିଶା ରାଜ୍ୟ ବିଏସପି ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବା କଥା ଗତ 15 ତାରିଖରେ ମାୟାବତୀ ଙ୍କ 70 ତମ ଜନ୍ମଦିନ ପାଳନ ଅବସୋର ରେ ଓଡିଶା ବିଏସପି ର କେନ୍ଦ୍ରୀୟ ସଂଯୋଜକ ଡ଼କ୍ଟର ଲାଳଜୀ ମେଧାଙ୍କର ଘୋଷଣା କରିଛନ୍ତି l ସୂଚନା ଯୋଗ୍ୟ ଜେ ଗଙ୍ଗା ଧର ବିଜେଡି ଦଳ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେଗତ ସେପ୍ଟେମ୍ବର ରେ ନିଯୁକ୍ତି ପାଇଥିଲେ କିନ୍ତୁ ସେ ଭାସ୍କର ରାଓ ଓ ଲାଲବିହାରୀ ହିମରିକା ଙ୍କ ସହିତ ବିଜେଡି ରୁ ଇସ୍ତଫା ଦେଇ ଭାସ୍କର ରାଓ ଙ୍କ ବିଜୁ ସ୍ୱାଭିମାନ ମଞ୍ଚ ରେ ରହିଥିଲେ l ପୋରବର୍ତ୍ତୀ ମୁହୂର୍ତ୍ତ ରେ ଗଙ୍ଗା ଧର ବିଏସପି ପାର୍ଟି ରେ ଯୋଗଦାନ କରିଥିଲେ l ଗଙ୍ଗା ଧର ଙ୍କ ସାଙ୍ଗଠନିକ ଦକ୍ଷତା ଦେଖି ବିଏସପି ରାଷ୍ଟ୍ରୀୟ ଅଧକ୍ଷା ମାୟାବତୀ ରାଜ୍ୟ ବିଏସପି ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି l ସାଧାରଣ ସମ୍ପାଦକ ନିଯୁକ୍ତି ପରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଜେ ମୁଁ କେଉଁ ଦଳ ରେ ଥିଲି କଣ ଥିଲି କଣ ନାହଁ ତାହା ଭୁଲିଯାନ୍ତୁ ମୁଁ ବର୍ତମାନ ବିଏସପି ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛି ଦଳ ପାଇଁ କାମ କରିବି କିପରି ଭାବେ ଦଳ ମଜବୁତ ହେବ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ବୋଲି କହିଛନ୍ତି l ବିଏସପି ରାଷ୍ଟ୍ରୀୟ ଅଧକ୍ଷା ମୋତେ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ସେଥିପାଇଁ ତାଙ୍କୁ ଆନ୍ତରିକତା ର ସହିତ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
