ବସ୍ ଧକ୍କାରେ ଯୁବକ ଗୁରୁତର
ଆଜି ସନ୍ଧ୍ୟାରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି I ଯୁବକ ଜଣଙ୍କ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଗାଙ୍ଗପୁର ପୋଲିସ୍ ବସ୍ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି I ଖବରରୁ ଜଣା ପଡ଼ିଛିଯେ ଆଜି ସନ୍ଧ୍ୟାରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ଘରୋଇ ବସ୍ କ୍ଷତ୍ରିୟବରପୁର ହାଇସ୍କୁଲ୍ ଛକରେ ରହିବା ପରେ ସେଥିରୁ ନିକଟସ୍ଥ ବଡ଼ ଦୋଡ଼ଙ୍ଗା ଗ୍ରାମର ନାରାୟଣ ନାଇକଙ୍କ ପୁଅ ତୋଫାନ ନାଇକ ଓହ୍ଲାଇଥିଲେ I ବସ୍ ରୁ ଓହ୍ଲାଇ ତୋଫାନ ରାସ୍ତା ପାର ହେଉଥିବା ବେଳେ ବସ୍ ହଠାତ୍ ଚାଲି ଯାଇଥିଲା I ଯାହା ଫଳରେ ତୋଫାନ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ହାତ ଓ ଗୋଡ଼ ଉପରେ ଗାଡ଼ିଟି ଚାଲିଯାଇଥିଲା I ଫଳରେ ତୋଫାନ ଗୁରୁତର ଆହତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ I ତାଙ୍କୁ ସ୍ଥାନୀୟ ଲୋକେ ଗୋବରା ଡାକ୍ତରଖାନାରେ ରେ ଭର୍ତ୍ତି କରିଥିଲେ I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତୋଫାନକୁ ସରକାରୀ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ ମଲ୍ଲିକ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି I
