ବସ୍ତିଙ୍ଗିଆ ସରକାରୀ ଏସ, ଏସ, ଡ଼ି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଉଦଘାଟିତ.

ବସ୍ତିଙ୍ଗିଆ ସରକାରୀ ଏସ, ଏସ, ଡ଼ି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଉଦଘାଟିତ.

ବସ୍ତିଙ୍ଗିଆ ସରକାରୀ ଏସ, ଏସ, ଡ଼ି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଉଦଘାଟିତ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବସ୍ତିଙ୍ଗିଆ ସରକାରୀ ଏସ, ଏସ, ଡ଼ି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତିଙ୍କ ସଭାତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ବୈନେତ୍ରୀ କହଁର ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସଂସ୍କାର, ସଂସ୍କୃତି ଓ ଶୃଙ୍ଖଳା ରହିଲେ ପ୍ରତ୍ୟେକ ଛାତ୍ର, ଛାତ୍ରୀ ସଫଳ ମଣିଷ ଟିଏ ହୋଇପାରିବେ ବୋଲି ବକ୍ତବ୍ୟ ଦେଇଥିଲେ l ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ସୋମନାଥ ବେହେରା, ସରପଞ୍ଚ ଚିରଞ୍ଜିବି କହଁର, ବ୍ଲକ ମଙ୍ଗଳ ଅଧିକାରୀ ସୁଶ୍ରୀ ଆଉସୀ ପ୍ରଧାନ, ଶିକ୍ଷା, ସ୍ୱାସ୍ଥ୍ୟ ର ସାଂସଦ ପ୍ରତିନିଧି ମାନସ ବେହେରା,ସମିତିସଭ୍ୟା ଶ୍ରୀଦେବୀ କହଁର, ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ପି, ଇ, ଓ ରାଜୀବ ସ୍ୱାଇଁ, ସାମ୍ବାଦିକ ପ୍ରତାପ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ସାହୁ, ଗୋପୀନାଥ କହଁର ଯୋଗଦେଇ ଥିଲେ l ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ଶିକ୍ଷୟିତ୍ରୀ ମିନତି ଦେବୀ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l ସଫଳତା ପାଇଥିବା ଛାତ୍ର, ଛାତ୍ରୀଙ୍କୁ ପ୍ରମାଣପାତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ଶେଷରେ ସାଂସ୍କୃତିକ ଅନୁଷ୍ଠିତ ହୋଉଥିଲା l