ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଅଧିକାରୀ, ବଦଳି ନିୟମ କାର୍ଯ୍ୟକୁ ନାହିଁ ।
ଗଜପତି, ୨୮.୩(ମନୋଜ ପାଢ଼ୀ):- ସରକାରୀ ନିୟମ ଅନୁସାରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ, କିନ୍ତୁ ଗଜପତି ଜିଲ୍ଲାରେ ଏହାର ବ୍ୟତିକ୍ରମ କରି ବହୁ ଅଧିକାରୀ ଓ କର୍ମଚାରୀ ବର୍ଷ ବର୍ଷ ଧରି ରହି ଆସୁଛନ୍ତି| ଆଉ କିଛି ଅଧିକାରୀଙ୍କ ଚାକିରି କାଳ ପ୍ରାୟ ଗୋଟିଏ ସ୍ଥାନରେ ବିତିଗଲାଣି ଏମିତି କି ସେମାନେ ଜାଣି ନେଇଛନ୍ତି ଯେ ଅବସର ମଧ୍ୟ ଏଠାରୁ ହିଁ ନେବେ କାରଣ ଚାକିରି କାଳର ଅର୍ଦ୍ଧାଧିକ ସମୟ କାହାର ୧୫ ବର୍ଷ ତ ଆଉ କିଛିଜଣଙ୍କ ୨୫ରୁ ୩୦ ବର୍ଷ ବିତିଗଲାଣି କିନ୍ତୁ ସେମାନଙ୍କ ଅନ୍ୟତ୍ର ବଦଳି ହେଉନି ଏମିତି କି କିଛି ସମୟରେ ବଦଳି ତାଲିକାରେ ନାମ ସ୍ଥାନ ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବାତିଲ ହୋଇଯାଉଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଉ ଏଭଳି ଆଉ କିଛି ଅଧିକାରୀ ୧୦ରୁ ଅଧିକ ବର୍ଷ ହେଲା ଗାଦିମାଡି ବସିଛନ୍ତି ସେମାନଙ୍କ ବିରୋଧରେ ପୁଳା ପୁଳା ଅଭିଯୋଗ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।ଏହି ତାଲିକାରେ ବ୍ଲକ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରର ଅଧିକାରୀ ରହିଛନ୍ତି ଅନ୍ୟପକ୍ଷରେ ବର୍ଷବର୍ଷ ଧରି ଗୋଟିଏ ସ୍ଥାନରେ ରହି କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ ଆସୁଥିବା ଅଭିଯୋଗର ଠିକ୍ ତଦନ୍ତ ହୋଇ ପାରୁନଥିବା ବେଳେ ଓଲଟା ଅଭିଯୋଗକାରୀଙ୍କ ଉପରେ ଚାପ ପକାଇବାରେ ସଫଳ ହେଉଛନ୍ତି ଆଉ ସେମାନଙ୍କ ପ୍ରଭାବ ଯୋଗୁଁ କାର୍ଯ୍ୟ ସମ୍ପାଦନରେ ଅବହେଳା ସହ ସାଧାରଣ ଲୋକ ସରକାରୀ ସେବା ଠିକ୍ ଭାବରେ ପାଇବାରୁ ବଞ୍ଚିତ ହେଉଥିବା ଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ତଦନ୍ତ ଓ ତୁରନ୍ତ ବଦଳି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ମତର ଖିଛନ୍ତି ବୁଦ୍ଧିଜୀବୀ ।
