ବର୍ଷକର ଆହାର ପୋଡି ପାଉଁଶ । ୩୦ ବସ୍ତା ଧାନ ଓ ଦୁଇଟି ପାଳଗଦା ଜଳି ଗଲା

ବର୍ଷକର ଆହାର ପୋଡି ପାଉଁଶ । ୩୦ ବସ୍ତା ଧାନ ଓ ଦୁଇଟି ପାଳଗଦା ଜଳି ଗଲା

ବର୍ଷକର ଆହାର ପୋଡି ପାଉଁଶ । ୩୦ ବସ୍ତା ଧାନ ଓ ଦୁଇଟି ପାଳଗଦା ଜଳି ଗଲା

ଗଜପତି, ୨୦/୨(ମନୋଜ ପାଢ଼ୀ)-: ଶୁକ୍ରବାର ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଥାନା ତଥା ଛତ୍ରପୁର ପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ୩୦ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି । ଅପରାହ୍ନରେ ଗ୍ରାମର ବୁରି ବାବୁରାଓଙ୍କ ୧୦ ବସ୍ତା ଧାନ ଓ ଗାଈ ବଳଦଙ୍କ ବର୍ଷକର ଆହାର ପାଇଁ ଯୋଗାଡ଼ କରି ରଖିଥିବା ଗୋଟିଏ ବଡ଼ ପାଳଗଦା ଜଳି ଯାଇଥିବା ବେଳେ ବୁରି ଭାଷ୍କର ରାଓଙ୍କ ୨୦ ବସ୍ତା ଧାନ ଏବଂ ଆପସନା ରାଘବେନ୍ଦ୍ର ରାଓଙ୍କ ଗୋଟିଏ ବଡ଼ ପାଳଗଦା ମଧ୍ଯ ଜଳିଯାଇଛି । ଅମଳ ପରେ ବସ୍ତା କରି ବିକ୍ରୟ ପାଇଁ ରଖିଥିବା ବେଳେ ଆଜି ହଟାତ ନିଆଁ ଲାଗିଯାଇଥିଲା । ସୂଚନା ଯେ ବର୍ତ୍ତମାନ ସୁଧା ମଣ୍ଡି ଟୋକେନ ସେମାନେ ପାଇନଥିବା କହିଛନ୍ତି । ତେବେ ନିଆଁ କିପରି ଲାଗିଲା ଜଣାପଡ଼ି ନାହିଁ । ନିଆଁ ଲାଗିଥିବା ଦେଖିବା ପରେ ପ୍ରାଣପଣେ ଉଦ୍ୟମ କରି ଆଖପାଖରେ ଥିବା ଅନ୍ୟ ଚାଷୀମାନଙ୍କ ଧାନ ବସ୍ତା ସବୁ ବାହାର କରିବା ପାଇଁ ଗ୍ରାମବାସୀମାନେ ସକ୍ଷମ ହୋଇଥିବା ବେଳେ ୩୦ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ମଣ୍ଡି ଟୋକେନ୍ ରେ ବିଳମ୍ବ ଯୋଗୁଁ ଚାଷୀ ଏପରି ହନ୍ତସନ୍ତ ହେଉଥିବା ବେଳେ ଏଭଳି ନଷ୍ଟ ଚାଷୀ ଙ୍କୁ ତଳିତଳାନ୍ତ କରିଦେଇଛି । ସେଥିରେ ପୁଣି ଗୋରୁଗାଈ ଙ୍କ ପାଇଁ ସାଇତି ରଖାଯାଇଥିବା ପାଳ ମଧ୍ଯ ପୋଡ଼ି ଯାଇଥିବା ଚାଷୀଙ୍କୁ ବଡ଼ ନିରାଶ କରିଛି । ପରେ ସ୍ଥାନୀୟ ରାଜସ୍ବ ବିଭାଗ ପକ୍ଷରୁ ଏକ ଟିମ୍ ପହଞ୍ଚି ପୁରା କ୍ଷୟକ୍ଷତି ର ଆକଳନ କରିଛନ୍ତି । ସଂଧ୍ଯାରେ ସ୍ଥାନୀୟ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଜୟ ଶ୍ରୀନିବାସ ରାଓ କ୍ଷ୍ୟତିଗ୍ରସ୍ତ ପରିଦର୍ଶନ କରି ସହାୟତା କରିଥିଲେ ।