ବରମକେଳା ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।

ବରମକେଳା ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।

ବରମକେଳା ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।

ବରଗଡ -୧୫,୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବରମକେଳା ଶିଶୁବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନୈତିକ ଶିକ୍ଷା, ଶିଷ୍ଟାଚାର ଓ ଜାତୀୟ ସଂସ୍କାର ଗଢ଼ିବା ଦିଗରେ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରପାଲି ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଦୁର୍ଯୋଧନ ସିଂ ଏବଂ ବିଇଓ କାର୍ଯ୍ୟାଳୟ ପୂର୍ବତନ ମୁଖ୍ୟ କ୍ଲାର୍କ ଶ୍ରୀ ଜୟ କିଶାନ ସାହୁ ଉପସ୍ଥିତ ରହିଥିଲେ।ସଭାପତି ଶ୍ରୀ ବେଦବର ପ୍ରଧାନ ସ୍ବାଗତ ଭାଷଣ ମାଧ୍ୟମରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ।

ସମ୍ପାଦକ ଶ୍ରୀ ରଞ୍ଜିତ ପଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରେନ୍ଦ୍ର ରଣା ଶିକ୍ଷାଳୟର ବାର୍ଷିକ କାର୍ଯ୍ୟକଳାପ ଉପରେ ବିସ୍ତୃତ ବିବରଣୀ ପଠନ କରିଥିଲେ।ଯୁଗ୍ମ ସମ୍ପାଦକ ଶ୍ରୀ ସୁଦାମ ପୋଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଫଳ କରିବାରେ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଥିଲା।ଏହି ଉତ୍ସବରେ ଶିଶୁ ଭାଇ-ଭଉଣୀମାନଙ୍କ ଦ୍ୱାରା ସଭା ପରିଚାଳନା କରାଯାଇଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନାତ୍ମକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶକୁ ଆହୁରି ଆନନ୍ଦମୟ କରିଥିଲା।