ବରପଦର ଅଛାଣ୍ଡପାଲି ଆଂଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୭ମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ବରପଦର ଅଛାଣ୍ଡପାଲି ଆଂଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ କମିଟି ସମେତ ବିଭିନ୍ନ ଉପ କମିଟି ଗଠନ କରାଯାଇଥିଲା। ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ସଂପୂର୍ଣ୍ଣ ରୁପରେଖ ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ ଉଦୟ ନାଥ ଦାଶ, ସନ୍ତୋଷ ମିଶ୍ର, ଶାନ୍ତନୁ ରଥ, ସୁରେନ୍ଦ୍ର ପଣ୍ଡା, ଭୀମ ଦୁବସାଗର, ହୀରା ମହାକୁର, ଗଣେଶ କର୍ମୀ, ସରୋଜ ପଶାୟତ, ବୃନ୍ଦାବନ ଛନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ବହୁ ସଂଖ୍ଯାରେ ପୁରାତନ ଛାତ୍ର ଉପସ୍ଥିତ ରହି ପ୍ରତିଷ୍ଠାତା ସଦସ୍ଯ କଂ ଦ୍ବାରା ଲୋଗୋ ଉନ୍ମୋଚନ କରାଯାଇଥିଲା ।ସୁବର୍ଣ୍ଣ ଜୟନ୍ତୀ ର ବିଭିନ୍ନ ରୁପରେଖ ବିଷୟରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଶୁଭେଚ୍ଛୁ ମାନଙ୍କୁ ନେଇ ମହାସମାରୋହରେ ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ପୁରାତନ ଛାତ୍ର ଭୀମ ଦୁବସାଗର ଧନ୍ୟବାଦ ଅର୍ପଣ କରିଥିଲେ।