ବରଗାଁ ଗ୍ରାମ ସ୍ୱେଚ୍ଛାସେବୀ ମାନଙ୍କ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୧ୟୁନିଟ ରକ୍ତ ସଂଗୃହୀତ ।ବରଗଡ -୨୮,୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ର ମାହେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବରଗାଁ ଗ୍ରାମବାସୀ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବରଗଡ଼ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ଏହି ଶିବିର ରୁ ସର୍ବମୋଟ ୧୦୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବରଗାଁ ଲାଲ ବାହାଦୁର ଶାସ୍ତ୍ରୀ ଫୁଟବଲ୍ ଟିମ , ଯୁବ ନେତା ମନୋଜ ସାହୁ,ଶୁକଦେବ ମିଶ୍ର, ବିଜୁ ଜନତା ଦଳର କର୍ମକର୍ତ୍ତା ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଏହି ଶିବିର କୁ ସୁପରିଚାଳନା କରିଥିଲେ।ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ବରଗାଁ ଗ୍ରାମବାସୀ ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।
ବରଗାଁ ଗ୍ରାମ ସ୍ୱେଚ୍ଛାସେବୀ ମାନଙ୍କ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୧ୟୁନିଟ ରକ୍ତ ସଂଗୃହୀତ ।
