ବରଗଡ ଫିଡ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ସଂଗୀତା କୁଅଁର କୁଂ ପାଠ ପଢିବା ପାଇଁ ଆର୍ଥିକ ସହାୟତାର ହାତ ବଢାଇଲେ।

ବରଗଡ ଫିଡ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ସଂଗୀତା କୁଅଁର କୁଂ ପାଠ ପଢିବା ପାଇଁ ଆର୍ଥିକ ସହାୟତାର ହାତ ବଢାଇଲେ।

ବରଗଡ ଫିଡ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ସଂଗୀତା କୁଅଁର କୁଂ ପାଠ ପଢିବା ପାଇଁ ଆର୍ଥିକ ସହାୟତାର ହାତ ବଢାଇଲେ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ର ଦାତବ୍ୟ ଅନୁଷ୍ଠାନ ଫିଡ୍ ତରଫରୁ ବରପାଲି ବ୍ଲକ ର ପିପିଲିପାଲି ଗ୍ରାମର ସଙ୍ଗୀତା କୁଅଁରଙ୍କୁ ତାଙ୍କର ନର୍ସିଂ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ର ପାଠ ପଢା ରେ ନିମନ୍ତେ ଦଶ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆ ଗଲା। ମେଧାବୀ ଛାତ୍ରୀ ସଙ୍ଗୀତା କୁଅଁର ବରଗଡ଼ ସ୍ଥିତ ମାହେଶ୍ୱରୀ ନର୍ସିଂ କଲେଜ ରେ ଜି.ଏନ.ଏମ ନର୍ସିଂ ରେ ଦ୍ଵିତୀୟ ବର୍ଷର ଛାତ୍ରୀ। ମାତ୍ର ଦ୍ୱିତୀୟ ବର୍ଷ ର କୋର୍ସ ଫି ବାବଦକୁ ତାଙ୍କୁ ( ୭୦୦୦୦) ସତୁରୀ ହଜାର ଟଙ୍କା ଦରକାର ଥିବା ବେଳେ ସେ ସ୍କୋଲାର ସିପ ପଇସାରୁ (୪୦୦୦୦) ଚାଳିଶ ହଜାର ଟଙ୍କା ପୈଠ କରି ଥିଲେ। ଅବଶିଷ୍ଟ ୩୦୦୦୦/ ଟଙ୍କା ଦେବାକୁ ସେ ଅକ୍ଷମ ହୋଇ ଥିବାରୁ ଫିଡ୍ ଟ୍ରଷ୍ଟ ର ଦ୍ବାରସ୍ଥ ହୋଇ ଥିଲେ। ଖବର ପାଇ ଫିଡ୍ ଟ୍ରଷ୍ଟ ର ଚେୟାର ମେନ୍ ଶ୍ରୀ ଫଣିନ୍ଦ୍ର କୁମାର ତାଣ୍ଡିଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ସଙ୍ଗୀତାଙ୍କ ପରିବାର ର ହାଲ ଚାଲ୍ ପଚାରି ବୁଝି ଥିଲେ ଏବଂ ସଙ୍ଗୀତା ଙ୍କ ବାପା ମା ଙ୍କ ଉପସ୍ଥିତି ରେ ତାଙ୍କୁ ୧୦୦୦୦/ ଟଙ୍କାର ଏକ ଚେକ୍ ପ୍ରଦାନ କରି ଥିଲେ। ଏହି ସମୟରେ ସୁଶାନ୍ତ ବାଗ, ରସିକ କଲେତ, ଅନନ୍ତ ନାଗ, ଟିକେଶ୍ୱର୍ ମଲ୍ଲିକ, ଈଶ୍ୱର ନାଗ ଏବଂ ରାଜେଶ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ଫିଡ ର ଏହି ସହଯୋଗ ସଙ୍ଗୀତା ଙ୍କ ପାଠ ପଢ଼ାରେ ନିଶ୍ଚିତ ସାହାଯ୍ୟ କରିବ । ଫିଡ୍ ର ଏହି ଉଦ୍ୟମକୁ ସମସ୍ତ ମହଲରେ ପ୍ରଶଂସା କରା ଯାଉଛି।