ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ମାଁ ବିନ୍ଧ୍ୟବାସିନୀ କଂ ପିଠ ଠାରେ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବରଗଡ:ପ୍ରଥମେ ଡାଳବ ପଞ୍ଚାୟତ ର ବାନିପାଲି ଠାରୁ ମାଁ ବିନ୍ଧ୍ୟବାସିନୀ କଂ ଛତର ଅଣାଯାଇ ସଂକ୍ରିଡା ମାଁ ବିନ୍ଧ୍ୟବାସିନୀ ପିଠ ଠାରେ ସ୍ଥାପିତ ହୋଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଆବାହମାନ କାଳରୁ ପୂଜା ହୋଇ ଆସୁଛି। ଚିଚିଣ୍ଡା ଗ୍ରାମର କବିସୂର୍ଯ୍ୟ ପୁରୋହିତ କଂ ଘରୁ ଆସିଥିବା ପୂଜାସାମଗ୍ରୀ ପ୍ରଥମେ ପଣ୍ଡିତ ମାନଙ୍କ ଦ୍ଵାରା ପୂଜା ହୋଇଥାଏ। ଏହି ସମୟରେ ଚଣ୍ଡୀପାଠ, ଯଜ୍ଞହୋମ ଅନୁଷ୍ଠିତ ହୋଇଥିଲା। ଏଥିରେ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର, ହରିବନ୍ଧୁ ମିଶ୍ର, ଉଦିତ ବେହେରା, ଶଂକର ବେହେରା, ଗଂଗାଧର ପୁରୋହିତ, ରାଜେଶ ପୁରୋହିତ, ଉଦ୍ଧବ ଧରେଇ, ମାଧବ ଧରେଇ ପୂଜାର୍ଚ୍ଚନା କରିଥିଲେ ।ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମାଁ ବିନ୍ଧ୍ୟବାସିନୀ କଂ ପିଠ ରେ ଆଶିଷ ଭିକ୍ଷା କରିଥିଲେ। ଏହି ଅବସରରେ ବିଭିନ୍ନ ଦାତବ୍ୟ ସଙ୍ଗଠନ ପକ୍ଷରୁ ଅନ୍ନ ଭୋଗ, ଥଣ୍ଡା ପାନୀୟ ଜଳ, ସ୍ଵେଚ୍ଛାସେବୀ ସଂଗଠନ ପରିଚାଳନା ସହଯୋଗ କରିଥିଲେ । ଭେଡେନ ପୋଲିସ ପକ୍ଷରୁ ଆଇଆଇସି ଅନୁପ ବରେଇ ଓ ତାଙ୍କର ଷ୍ଟାଫ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସହଯୋଗ କରିଥିଲେ। ମାଁ ବିନ୍ଧ୍ୟବାସିନୀ ଟ୍ରଷ୍ଟ ବୋର୍ଡ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ମାଁ ବିନ୍ଧ୍ୟବାସିନୀ ଯାତ୍ରା ପରିଚାଳନା ସହଯୋଗ କରିଥିଲେ।
