ବନ କର୍ମଚାରୀଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ବନ କର୍ମଚାରୀଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ବନ କର୍ମଚାରୀଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ନବରଂଗପୁର: ନବରଂଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମୈଦଲପୁର ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଦୁର୍ବୃତ୍ତମାନେ ବନ କର୍ମଚାରୀଙ୍କ ୩ଟି ଜଗୁଆଳି ବାଇକ୍‌କୁ ନିଆଁ ଲଗାଇ ଜାଳିଦେଇଥିବା ଅଭିଯୋଗ ହୋଇଛି।ଘଟଣା ପରେ ସ୍ଥଳୀୟ ବନ ବିଭାଗ ପକ୍ଷରୁ ଡାବୁଗାଁ ଥାନାରେ ମାମଲା ରୁଜୁ କରାଯାଇଛି।

ଘଟଣାର କାରଣ ଓ ଦୁର୍ବୃତ୍ତମାନଙ୍କ ପରିଚୟ ଜଣାପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏପରି ଘଟଣାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଥିବା ବେଳେ ବନ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି।