ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ ଓ ଗୁଳି ବନ୍ଧୁକ ଜବତ।

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ ଓ ଗୁଳି ବନ୍ଧୁକ ଜବତ।

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ ଓ ଗୁଳି ବନ୍ଧୁକ ଜବତ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଧରାକୋଟ ଥାନା ଅର୍ନ୍ତଗତ ଢଉ ଗାଁ ଛକରେ ଦୁଇ ଯୁବକ ବନ୍ଧୁକ କାରବାର କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ଙ୍କ ନିର୍ଦ୍ଦେଶନାରେ ଅତିରିକ୍ତ ନୀରିକ୍ଷକ ଅଞ୍ଜଳି ବେହେରା ଓ ଏସ୍ ଆଇ ସସ୍ମିତା ପଣ୍ଡା ଅନ୍ୟ କର୍ମଚାରୀ ଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଉମେଶ ପାତ୍ର ଓ ଅମର ସାହୁ ଙ୍କୁ କାବୁ କରି ଯେରା କରିଥିଲେ ଓ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଦାମୀ ମୋବାଇଲ ଫୋନ ଜବତ କରିଛନ୍ତି। ଆସ୍କା ଥାନା ଅଞ୍ଚଳର ଉକ୍ତ ଦୁଇ ଯୁବକ ପୁରୁଣା ଅପରାଧୀ ଏବଂ ଉମେଶ ନାମରେ ଆସ୍କା ଥାନା ରେ ୪ ଟି ଅପରାଧ ମାମଲା ଓ ଅମର ସାହୁ ନାମରେ ୬ ଟି ସଙ୍ଗୀନ ମାମଲା ଥିବା ଜଣାପଡ଼ିଛି। ଥାନା ପୋଲିସ୍ ଉକ୍ତ ଦୁଇ ଯୁବକ କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।