ବନ୍ଦ ଡାକରାର ଗଜପତି ଜିଲ୍ଲାରେ ଆଂଶିକ ପ୍ରଭାବ ।

ବନ୍ଦ ଡାକରାର ଗଜପତି ଜିଲ୍ଲାରେ ଆଂଶିକ ପ୍ରଭାବ ।

ବନ୍ଦ ଡାକରାର ଗଜପତି ଜିଲ୍ଲାରେ ଆଂଶିକ ପ୍ରଭାବ ।

ଗଜପତି,୨୮.୧(ମନୋଜ ପାଢ଼ୀ)ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି. ଜିଲ୍ଲାରେ ଗାଡି, ମୋଟର ଚଳା ଚଳ, ଦୋକାନ, ବଜାର ସ୍ୱାଭାବିକ ରହିଥିବା ବେଳେ ଏହି ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ । ପାରଳାଖେମୁଣ୍ଡି ସହର ପ୍ରବେଶ ପଥ ଫରେଷ୍ଟ ଗେଟ୍ ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ତା ରଖି , ଟାୟାର ଜାଳି ରାସ୍ତା ଦୀର୍ଘ ସମୟ ଧରି ଚାଷୀ ମାନେ ରାସ୍ତା ଅବରୋଧ କରି ରଖିଥିଲେ । ଶହ ଶହ ଚାଷୀ ଏକତ୍ରିତ ହୋଇ ରାସ୍ତା ଉପରେ ସରକାରି ବିରୋଧୀ ନାରାବାଜି କରିବା ସହ ମଣ୍ଡିରେ ଧାନ କିଣା ପରିବର୍ତ୍ତେ ମିଲର କିଣୁଛନ୍ତି ଧାନ , ୬ କିଲୋ ପର୍ଯ୍ୟନ୍ତ କଟଣି ଛଟଣି ହେଉଛି, ଅଖା ଓ ପରିବହନ ଖର୍ଚ୍ଚ ଟଙ୍କା ଚାଷୀଙ୍କୁ ମିଳୁନି, ଅନେକ ଚାଷୀଙ୍କୁ ବର୍ତମାନ ପର୍ଯ୍ୟନ୍ତ ଟୋକନ ମିଳିନାହିଁ, ନିର୍ବାଚନ ଇସ୍ତହାରରେ ୩୦୦ ୟୁନିଟ ବିଦ୍ୟତ ବିଲ ଛାଡ଼ କରିବେ ବୋଲି ପ୍ରତିଶୃତି ଦେଇ ଟାଟା ପାୱାର ଦ୍ୱାରା ସ୍ମାର୍ଟ ମିଟର ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ ବିଲ ମାଧ୍ୟମରେ ଚାଷୀ ଙ୍କୁ ଶୋଷଣ କରାଯାଉଛି । ଓଡିଶାରୁ ବିଦ୍ୟୁତ ନେଇ ଆନ୍ଧ୍ର ମାଗଣାରେ ଚାଷୀ ଯୋଗାଉଥିବା ବେଳେ ଓଡ଼ିଶାରେ ଓଲଟା ସ୍ଥିତି ରହିଛି। ଏହି ସବୁର ପ୍ରତିବାଦ କରି ଆଜିର ବନ୍ଦ ଡାକରା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ଫଳରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

୮ ଘଣ୍ଟିଆ ବନ୍ଦ ବନ୍ଦ ଡାକରା ଦେଇ ନବନିର୍ମାଣ କୃଷକ ସଙ୍ଘ ସରକାରଙ୍କୁ ଚେତାଇଛି ଯଦି ଦାବି ପୂରଣ ନହୁଏ ତେବେ ଆଗାମୀଦିନରେ ଆନ୍ଦୋଳନ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା । ଅନ୍ୟ ପକ୍ଷରେ ସହରାଞ୍ଚଳ କୁ ବାଦ ଦେଲେ ଜିଲ୍ଲାର ଅନ୍ୟ କେଉଁଠି ବଡ ଧରଣର ଆନ୍ଦୋଳନ ଦେଖିବାକୁ ମିଳିନଥିବା ବେଳେ ପ୍ରାୟତ ଗ୍ରାମାଞ୍ଚଳରେ ଦୋକାନ ବଜାର , ଯାନବାହାନ ଚଳାଚଳ ସ୍ଵାଭାବିକ ରହିଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା କିଛି ଶିକ୍ଷାନୁଷ୍ଠାନ ଖୋଲା ଆଉ କିଛି ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସେପଟେ ବନ୍ଦ ଡାକରରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା ସମସ୍ତ ଛକରେ ପୋଲିସ ଫୋର୍ସ ନିଯୋଜିତ ହେବ ସହ ସମସ୍ତ ଅଧିକାରୀ ମାନଙ୍କୁ ସଜାଗ କରଯାଇଥିଲା । ଏସଡ଼ିପିଓ ମାଧବାନନ୍ଦ ନାୟକ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଥିଲେ ।