ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ, ୪ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ
ଅନୁଗୁଳ:ଅନୁଗୁଳ ଜିଲ୍ଲାର ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସମୟରେ ୪ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିବାରୁ ନିଆଁ ଦ୍ରୁତ ଭାବେ ପ୍ରସାରିତ ହୋଇଥିଲା।ଏହି ବିସ୍ଫୋରଣ ପରେ ଅଞ୍ଚଳରେ ଥିବା ୧୦ରୁ ଅଧିକ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ନିଆଁର ତାପ ଓ ଧୂଆଁ ପାଇଁ ନିକଟରେ ଥିବା କିଛି ଅନ୍ୟ ଦୋକାନ ମଧ୍ୟ ପ୍ରଭାବିତ ହୋଇଛି।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
