ବନାନୀ କଳା ସଙ୍ଗମ ର ୨୨ତମ ଅବଦାନ ଆସନ୍ତା ୮ଓ ୯ରେ ଶହୀଦ ଭଗତ ସିଂ ନାଟକ
ଫୁଲବାଣୀ-୨/୧୨ (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଆସନ୍ତା ଡିସେମ୍ବର ୮ଓ ୯ତାରିଖ ଦୁଇ ଦିନ ବ୍ୟାପୀ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସଂଧ୍ୟା ୬.୩୦ମିନଟ ରେ ଦେଶାତ୍ମବୋଧକ ନାଟକ ଶହୀଦ ଭଗତ ସିଂହ ଅନୁଷ୍ଠିତ ହେବ l ଏହି ନାଟକ କୁ ନିର୍ଦ୍ଦେଶନା ଦେଉଛନ୍ତି ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, କାର୍ଯ୍ୟ କାରୀ ନିର୍ଦେଶକ ପ୍ରଭାତ ଦାସ ଓ ସହ ନିର୍ଦ୍ଦେଶକ ଭାବରେ ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଅଛନ୍ତି l ମୁଖ୍ୟ ବ୍ୟବସ୍ଥାପକ ଭାବେ ବନାନୀ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ରହିଥିବା ବେଳେ ପରିଚାଳକଭାବେ ଅଶୋକ ପରିଡ଼ା ଓ ସହ ପରିଚାଳକ ଭାବେ ଅଶୋକ ମହାନ୍ତି, ଅଶୋକ ପ୍ରଧାନ, ଓ ଜୟଦେବ ନାୟକ ପ୍ରମୁଖ ରହିଛନ୍ତି l ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି ଡ୍ୟାନସ ଏକାଡେମୀ ସମ୍ପlଦକ୍ ସୋନ୍ତୋଶ ପାତ୍ର ଏହି ନାଟକରେ ୩୫ଜଣ କଳାକାର ଅଂଶ ଗ୍ରହଣ କରିଛନ୍ତି l ଆଶା, ଏହି ଦୁଇ ଘଣ୍ଟା ଅବଧି ର ନାଟକ ସମସ୍ତଙ୍କ ମନକୁ ଛୁଇଁବ l
