ବନାନୀ କଳା ସଙ୍ଗମ ପକ୍ଷରୁ ୬୪ତମ ବିଶ୍ଵ ନାଟ୍ୟ ଦିବସ ପାଳିତ
କନ୍ଧମାଳ :- ତା ୨୮/୦୩(ରିପୋର୍ଟ କୁନା ଦିଗାଲ ) କଂଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ବନାନୀ ପରିସରରେ ୬୪ ତମ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭlରେ ବନାନୀ ର ସଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ମିଶ୍ର ଓ ନାଟ୍ୟ ନିର୍ଦେଶକ ତଥା ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦିନକୁ ଦିନ ମଞ୍ଚ ନାଟକ ପ୍ରତି ଲୋକଂକ ଆଗ୍ରହ କମି ଯାଉଥିବା ବେଳେ ବନାନୀ ପକ୍ଷରୁ ବିଭିନ୍ନ ସମୟରେ ନାଟକ ପରିବେଷଣ କରି ମଞ୍ଚ ନାଟକ ର ପ୍ରଚାର ପ୍ରସାର ସହ ଏହାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରାଯାଉଥିବାରୁ ବନାନୀ ର ଭୂୟସୀ ପ୍ରଶଂସା କରିଥିଲେ l ନାଟକ ପରିବେଷଣ ପାଈଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁନଥିବା ରୁ ଅତିଥି ମାନେ ଉଦବେଗ ପ୍ରକାଶ କରିଥିଲେ l ଏହି ଅବସରରେ ମଞ୍ଚ ନାଟକ ଓ ଆଜିର କନ୍ଧମାଳ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ ଦାସ, ବରିଷ୍ଠ କଳାକାର ନବୀନ ପଣ୍ଡା, ଦିନେଶ କୁମାର ବେହେରା, ସୁର ପ୍ରାସାଦ ନାୟକ, ରୁପମ୍ବିକl ତ୍ରିପାଠୀ, ପ୍ରଶାନ୍ତ ବେହେରା, ପ୍ରମୁଖ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ l ସଙ୍ଗଠନ ସମ୍ପାଦକ ଅଶୋକ ପରିଡ଼ା ଧନ୍ୟ ବାଦ୍ ଅର୍ପଣ କରିଥିଲେ l ଅଶୋକ ପ୍ରଧାନ କାର୍ଯକ୍ରମ କୂ ସଫଳ ଭାବେ ଅୟୋଜନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଇଞ୍ଜିନିୟର କେ, ଜ୍ଞାନ ଦୋରା, ବୁଲୁ ନାୟକ, ନାରାୟଣ ସାହୁ, ସଦାଶିବ ପାତ୍ର ଶିବ ରାମ ନାୟକ, ଲଳିତ ନାୟକ, ପ୍ରମୁଖ ଯୋଗ ଦେଇଥିଲେ l
