ବଡ଼ଖଣି ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ।

ବଡ଼ଖଣି ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ।

ବଡ଼ଖଣି ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ।

ଗଜପତି ( ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ବ୍ଲକ ର ବଡ଼ଖଣି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନାରାୟଣ ପାଢ଼ୀ, ଯୋଗାଣ ନିରୀକ୍ଷକ ସତ୍ୟ ନାରାୟଣ ଭୋଇ, ଜି ପି ଡି ଓ ଦୀପକ ପ୍ରଧାନ, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଶ୍ରୀ ଜେନା,ବ୍ଲକ ସ୍ତରୀୟ ଅଧିକାରୀ,ଅଙ୍ଗନବାଡି, ମହିଳା ସଂଘ ଙ୍କ ସମେତ ସରପଞ୍ଚ କେଶବ ମଲ୍ଲିକ, ସମିତି ସଭ୍ୟା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ବୁଝାଇ ଏହାର ସୁବିଧା ନେବାକୁ ବୁଝାଇଥିଲେ। ଏହି ଶିବିର ରେ ସର୍ବମୋଟ ୩୧ଟି ଅଭିଯୋଗ ଶୁଣାଣି ବିଡ଼ିଓ ରାଜୀବ ଦାସ କରିଥିବା ଜଣାପଡିଛି।