ବଡପଦାରେ ବ୍ଳକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ । ଗଜପତି (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକସ୍ତରୀୟ ବଡପଦା ହାଇସ୍କୁଲ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସୁଚନା ପ୍ରକାରେ ପ୍ରାଥମିକ ସ୍ତରରେ ରାଷ୍ଟ୍ରୀୟ ଆଭିଷ୍କାର ଅଭିଯାନରୁ ୨୬ ପ୍ରକଳ୍ପ ଉର୍ଚ ପ୍ରାଥମିକ ସ୍ତରରୁ ୧୬ ପ୍ରକଳ୍ପ ଏବଂ ବାଲ ବୈଜ୍ଞାନିକ ପ୍ରଦର୍ଶନୀରୁ ୪୪ ପ୍ରକଳ୍ପ ଏପରି ମୋଟ ୮୬ ପ୍ରକଳ୍ପ ବିଜ୍ଞାନ ମେଳାରେ ପ୍ରଦଶିତ ହୋଇଥିଲା । ଦୋଘରିଆ ଏସଏସଡି ବିଦ୍ୟାଳୟ ପିଜିଟି, ଅରୁନ କୁମାର ପ୍ରଧାନ, ପ୍ରୀତିସ୍ମିତା ମହାନ୍ତି, ରାଜେଶ୍ବରୀ ରଇତ, ବଡପଦା ବିଦ୍ୟାଳୟର ପିଜିଟି ଦୟାନ ଗମାଙ୍ଗ, ସଙ୍ଗୀତ କାଜି, ଜ୍ଞାନେଶ୍ବରୀ ଚୌଧୁରୀ , ପରିମଳ ଓଏଭି ପିଜିଟି ଜୟକୃଷ୍ଣ ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ । ଉଦଯାପନ ସଭାରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଧ ଗମାଙ୍ଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ କାଜି, ସମିତିସଭ୍ୟ , ବଡପଦା ହାଇସ୍କୁଲ ପ୍ରଧାନଶିକ୍ଷକ ବଳରାମ ଗମାଙ୍ଗ କୃତୀ ଛାତ୍ରଛାତ୍ରୀଙ୍କ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ସଂଯୋଜକ ଶିକ୍ଷକ ଓ ଶିକ୍ଷକମାନେ ପରିଚାଳନା କରିଥିଲେ ।
ବଡପଦାରେ ବ୍ଳକସ୍ତରୀୟ ବିଜ୍ଞାନ ମେଳା

