ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ବଂଶଧାରା ସୁରକ୍ଷା ସମିତି

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ବଂଶଧାରା ସୁରକ୍ଷା ସମିତି

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ବଂଶଧାରା ସୁରକ୍ଷା ସମିତି

ରାୟଗଡ(info media): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା ରବିବାର ଅନୁଷ୍ଠିତ ହୋଇଥିଲା। ବଂଶଧାରା ଅବବାହିକା ସୁରକ୍ଷା ସମିତି କାର୍ଯକାରୀ ସଭାପତି ଅକ୍ଷୟ ଦାଶଙ୍କ ନେତୃତ୍ୱରେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ସାରା ପଞ୍ଚାୟତ ସମିତିସଭ୍ୟ ଜଗନ୍ନାଥ ଦୋରା, ସୁରକ୍ଷା ସମିତି ସଦସ୍ୟ ବ୍ରଜ ନାୟକ, ଭୁବନେଶ୍ୱର ନାୟକ, ଦିବାକର ପାତ୍ର, ଭାଜପାର ରାଷ୍ଟ୍ରୀୟ ପରିଷଦ ସଭ୍ୟ ଓ୍ବାଇ. ଗଣପତି, ଗୁଣପୁର ଓକିଲ ସଂଘ ସଭାପତି ରମେଶ ଲିମା ଏଂ ବିଜେଡି ସମ୍ପାଦକ ଏସ୍‌. ବାବା ପ୍ରସାଦ, ଯୁବନେତା ରାମ ପଣ୍ଡା, ଓକିଲ ଏସ୍‌. ଶିବାଜୀ, ରାଜେଶ ପାଢ଼ୀ, କିରଣ ପାଣିଗ୍ରାହୀ, ଶିବ ଡାକୁଆ, କେ. ରବିକୁମାରପ୍ରମୁଖ ସଂକଳ୍ପ ଯାତ୍ରାରେ ଭାଗ ନେଇଥିଲେ। ସେମାନଙ୍କ ସହ ସଂକଳ୍ପ କାର୍ଯ୍ୟକ୍ରମରେ ସାରା, ବାଡ଼ିଗାଁ ଗାଦିଆଖଳା ଓ ଗୁଣପୁରର ଶତାଧିକ ଜଳ ସୁରକ୍ଷାକର୍ମୀ ଓ ଜନସାଧାରଣ ଯୋଗ ଦେଇ ପୁଣ୍ୟତୋୟା ବଂଶଧାରାର ପବିତ୍ର ଜଳକୁ ହାତରେ ଧରି ନଦୀଜଳକୁ ଆନ୍ଧ୍ର ଗୁପ୍ତ ଶୋଷଣରୁ ମୁକ୍ତ କରିବା ସହ ଏକଜୁଟ୍‌ ହୋଇ ନଦୀ ଅବବାହିକା ସୁରକ୍ଷା କରିବାକୁ ଶପଥ ନେଇଥିଲେ।

ଏଥିସହ ବଂଶଧାରା ଉପର ମୁଣ୍ଡରେ ଜଳ ଆନିକଟ ନିର୍ମାଣ କରି ଓଡ଼ିଶାର ୫୦ ଭାଗ ଜଳରାଶି ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ସରକାରଙ୍କୁ ଦାବି ଉପସ୍ଥାପନ କରିଥିଲେ। ଦାବି ହାସଲ ପର୍ଯ୍ୟନ୍ତ ଅନୁରୂପ ଦୃଷ୍ଟି ଆକର୍ଷଣ ପଦକ୍ଷେପ ଗହଣ କରିବାକୁ ସହମତି ପ୍ରକାଶ କରିଥିଲେ।ସୂଚନାଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ବଂଶଧାରା ଅବବାହିକା ସୁରକ୍ଷା ସମିତି ଉପମୁଣ୍ଡରେ ଜଳ ଆନିକଟ ନିର୍ମାଣ ପାଇଁ ଆନ୍ଦୋଳନ ଚଳାଇ ଆସିଛି l ପୂର୍ବ ସରକାର ସମିତିର କର୍ମକର୍ତ୍ତାମାନଙ୍କୁ ଡାକି ବଂଶଧାରା ଉପର ମୁଣ୍ଡରେ ଆଦିଗର୍ଭ ଆଡ଼ିବନ୍ଧ ହେବ ବୋଲି ଘୋଷଣା କରି ପ୍ରାୟ ୧୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ। ତାହା ଏବେ ଶୀତଳଭଣ୍ଡାରରେ। ନଦୀଜଳ ବଣ୍ଟନ ନେଇ ବଂଶଧାରା ଟ୍ରିବ୍ୟୁନାଲ ରାୟପ୍ରକାଶ ପାଇଲା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ