ଫେବ୍ରୁଆରି 12 ଦେଶ ବ୍ୟାପି ଧର୍ମ ଘଟ ଓ ହରତାଲ ସଫଳ କର ————————–ଗଜପତି,୨୪.୧(ମନୋଜ ପାଢ଼ୀ)ଚଳିତ ମାସ 22 01 2025 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ଗଜପତି ଜିଲ୍ଲା କମିଟି ତରଫରୁ ନୁଆଗଡ ବ୍ଲକ ଖଝୁରିପଦା ପଞ୍ଚାୟତ ର ବୁଦପଡା ଗାଁ ରେ ବିଭିନ୍ନ ବ୍ଲକ ର ମୁଖ୍ୟ ସାଥୀ ମାନକଂ ଏକ ବୈଠକ ଅନୁଷ୍ଠିତ କରାଯାଇଛି। ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କରିବା, କୃଷକ ବିରୋଧି ବିହନ ବିଲ ବାତିଲ କରିବା, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ବାତିଲ କରିବା ଓ ମୋଦୀ ସରକାର ପାର୍ଲାମେଣ୍ଟରେ ଅଗଣତାନ୍ତ୍ରିକ ଭାବେ ଜି – ରାମ – ଜି, କଳା ବିଲ ଆଣିଛନ୍ତି ଏହା ଦ୍ବାରା MGNREGA ଯୋଗାଇ ଦେଉଥିବା “କାମ କରିବାର ଆଇନଗତ ଅଧିକାର” ଶେଷ ହୋଇଯିବ MGNREGA ଶ୍ରମିକମାନଙ୍କ ଚାହିଦା ଅନୁଯାୟୀ ୧୦୦ ଦିନର କାମକୁ ଏକ ସଂବିଧାନିକ ଅଧିକାର ଭାବେ ସୁନିଶ୍ଚିତ ଥିବା ସମୟରେ ନୂତନ ବ୍ୟବସ୍ଥା କ୍ଷମତାକୁ କେନ୍ଦ୍ର ସରକାର ଏବଂ ଅମଲାତନ୍ତ୍ର ହାତକୁ ଟେକି ଦେଉଛନ୍ତି l କାମ କରିବାର ଆଇନଗତ ଅଧିକାରକୁ ହଟାଇବା ଦ୍ୱାରା ଶାରୀରିକ ଶ୍ରମର ମୂଲ୍ୟ ହ୍ରାସ ପାଉଛି। ଶ୍ରମିକମାନେ ଜଣେ “ଅଧିକାର ସମ୍ପନ୍ନ ନାଗରିକ” ପରିବର୍ତ୍ତେ ସରକାରଙ୍କ ଦୟା ଉପରେ ନିର୍ଭରଶୀଳ “ହିତାଧିକାରୀ” ପାଲଟିଯାଉଛନ୍ତି। MGNREGA ଗ୍ରାମୀଣ ଲୋକଙ୍କ ପାଇଁ ଏକ ସାହାରା ହୋଇ ରହିଆସିଛି l ଏହାକୁ ଦୁର୍ବଳ କରିବା ଦ୍ୱାରା ସାମାଜିକ ସୁରକ୍ଷା ଏବଂ ଗ୍ରାମୀଣ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ। MGNREGA କୁ ଦୁର୍ବଳ କରିବା ପରିବର୍ତ୍ତେ,ଜବ କାର୍ଡ କାଟି ଦିଆ ଯାଉଛି ଏହାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟ ଦିବସକୁ ବର୍ଷକୁ 100 ଦିନ ନୁହେଁ 200 ଦିନ, ଦୈନିକ 600 ମଜୁରୀ ସହ ଜବ କାର୍ଡ ଯୋଗାଇ ଦେବା ପାଇଁ ସି ପି ଆଇ (ଏମଏଲ) ଲିବରେସନ ର ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଫେବୃଆରୀ 12 ତାରିଖ ଦିନ ଧର୍ମଘଟ ଓ ହଡତାଲ ସଫଳ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଉପସ୍ଥିତ ଥିଲେ। ନରସିଂହ ମଣ୍ଡଳ, ସର୍ବଶ୍ରୀ ଗମାଙ୍ଗ, ତମାସ ମଣ୍ଡଳ, ସୁଦାମ ରଇତ, କେଶବ ରଇତ, ମାଥ୍ୟୁ ରଇତ, ସଣ୍ଡୁ ରଇତ, ରଇସାନପ ରଇତ, ଯିଶାୟ ମଣ୍ଡଳ, ଶୁକୁ ରଇତ, ମିକା ଇଲ, ମଣ୍ଡଳ, ଅମିୟ ମଣ୍ଡଳନିବେଦକତ୍ରିପତି ଗମାଙ୍ଗ ରାଜ୍ୟ କମିଟି ସଭ୍ୟ ସି ପି ଆଇ (ଏମଏଲ)ଲିବରେସନଗଜପତି ଜିଲ୍ଲା କମିଟି ।
ଫେବ୍ରୁଆରି 12 ଦେଶ ବ୍ୟାପି ଧର୍ମ ଘଟ ଓ ହରତାଲ ସଫଳ କର –
