ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ମତଦାତା ସପଥ ଗ୍ରହଣ….
କନ୍ଧମାଳ:- ତା ୨୨ ଜାନୁଆରୀ:(ରିପୋର୍ଟ କୁନା ଦିଗାଲ)
ଜାତୀୟ ମତଦାତା ଦିବସ–୨୦୨୬ ଅବସରରେ, କନ୍ଧମାଳ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA), ଫୁଲବାଣୀ କାର୍ଯ୍ୟାଳୟ ପରିସରରେ ମତଦାତା ସପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ସମସ୍ତ କର୍ମଚାରୀଙ୍କୁ ସପଥ ପଠନ କରାଇଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ନିର୍ଭୟ, ନିଷ୍ପକ୍ଷ ଓ ସଚେତନ ଭାବରେ ମତଦାନ କରିବାର ସଙ୍କଳ୍ପ ଗ୍ରହଣ କରିଥିଲେ।ସେମାନେ ଦାୟିତ୍ୱଶୀଳ ନାଗରିକ ଭାବେ ନିଜ କର୍ତ୍ତବ୍ୟ ପାଳନ କରିବାରେ ପ୍ରତିବଦ୍ଧ ହୋଇଥିଲେ।
ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ମତଦାତା ସପଥ ଗ୍ରହଣ
