ଫୁଲବାଣୀ ବ୍ଲକ ଜିଲ୍ଲାପାଳ ଅଫିସ ନିକଟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
କନ୍ଧମାଳ : ୨୧/୨୬ (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଜାତୀୟ କନ୍ୟା ସନ୍ତାନ ଦିବସ -୨୦୨୬ ପଦଯାତ୍ରା ଆରମ୍ଭ ହୋଇଯାଇଛି। ଏହାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ପଦଯାତ୍ରା ଟି ଜିଲ୍ଲାପାଳ ଅଫିସ ଠାରୁ ବାହାରି ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ରାଲି ମାଧ୍ୟମରେ ସ୍ଲୋଗାନ ଦେଇ ବାହାରିଥିଲେ । ଏଥିରେ ଅଙ୍ଗନବାଡ଼ି ୱାରକର,ଏସେଜି ମହିଳା ମାନେ, ଅନ୍ୟାନ୍ୟ ଅଫିସର କର୍ମଚାରୀ ତଥା କିଶୋରୀ ବାଳିକା, କଲେଜ ଛାତ୍ରୀ, DSWO ବିଭାଗ ର ମେମ୍ବର ଓ DHEW ଷ୍ଟାପ ଅଂଶ ଗ୍ରହଣ କରିଥିଲେ। ଉକ୍ତ ରାଲି ରେ ଆମ୍ବୁଲାନ୍ସ ସେବା ମଧ୍ୟ ଭୂମିକା ରହିବା ସହ ପୋଲିସ୍ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ରାଲି ଫୁଲବାଣୀ CDPO ବୈଜୟନ୍ତୀ ମଲ୍ଲିକ ଙ୍କ ସହଯୋଗ ରେ ସଫଳତା ର ସହ ସମ୍ପୂର୍ଣ ହୋଇଥିଲା।
