ଫୁଲବାଣୀ ଡ଼ାକ୍ତରଖାନାରେ ଏଣ୍ଡୋସ୍କୋପି ଓ କୋଲନସ୍କୋପି ମେସିନ ଉଦଘାଟିତ

ଫୁଲବାଣୀ ଡ଼ାକ୍ତରଖାନାରେ ଏଣ୍ଡୋସ୍କୋପି ଓ କୋଲନସ୍କୋପି ମେସିନ ଉଦଘାଟିତ…

ଫୁଲବାଣୀ ଡ଼ାକ୍ତରଖାନାରେ ଏଣ୍ଡୋସ୍କୋପି ଓ କୋଲନସ୍କୋପି ମେସିନ ଉଦଘାଟିତ…

କନ୍ଧମାଳ: -୧୦/୦୨(ରିପୋର୍ଟ କୁନା ଦିଗାଲ) ଫୁଲବାଣୀ ମେଡିକାଲ ରେ ଏଣ୍ଡୋସସ୍କୋପି ଓ କୋଲନସ୍କୋପି ମେସିନ ଉଦଘାଟିତ ହୋଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l
କନ୍ଧମାଳ ଜିଲାପାଳ ବେଦ ଭୂଷଣ ଓ ସିଡିଏମଓ ଡା.ସନ୍ତୋଷ କୁମାର ପାଢ଼ୀ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଛି l ଜିଲ୍ଲା ପ୍ରଶାସନ ଓ ସି ଡି ଏମ ଓ ଙ୍କ ଅନୁରୋଧ କ୍ରମେ ଛତ୍ରପୁର ସ୍ଥିତ ଆଇ ଆର୍ ଇ ଏଲ ପକ୍ଷରୁ ଏହି ମେସିନ ଯୋଗାଇ ଦିଆଯାଇଥିବା ଜଣା ପଡିଛି l
ଏହା ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବୀ ଥିଲା l

ପୁର୍ବରୁ ପେଟ ଜନିତ ରୋଗ ର ଆଭ୍ୟନ୍ତରୀଣ ପରୀକ୍ଷା ପାଇଁ ବ୍ରହ୍ମପୁର ଓ ଭୁବନେଶ୍ୱର ଯିବାକୁ ପଡୁଥିଲା l ରୋଗୀ ଖର୍ଚ୍ଚାନ୍ତରେ ପଡୁଥିଲେ! ସେହିପରି କୋଲନସ୍କୋପି ମେସିନ ନ ଥିବାରୁ ମଧ୍ୟ୍ୟ ରୋଗୀ ଜିଲ୍ଲା ବାହାରକୁ ପରୀକ୍ଷା ପାଇଁ ଯାଉଥିଲେ! ଏହି ମେସିନ ଦ୍ୱାରା ରୋଗୀର ସ୍ମଲ ଇଣ୍ଟେଷ୍ଟlଇନ ଜନିତ ରୋଗ କୁ ଚି଼ହ୍ନଟ କରାଯାଇପାରିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି l ଆଉ ଦୁଇଟି ମୁଖ୍ୟ ମେସିନ ମାମୋଗ୍ରାଫି ଓ ଏମ ଆର ଆଇ ମେସିନ ଆସିବ ବୋଲି ସିଡିଏମଓ ସନ୍ତୋଷ ପାଢ଼ୀ ପ୍ରକାଶ କରିଛନ୍ତି l ମାମୋଗ୍ରାଫି ଯନ୍ତ୍ର (ଏକ୍ସରେ ) ଦ୍ୱାରା ମହିଳା ମାନଙ୍କର ବକ୍ଷ କେନ୍ସର ର ପ୍ରଥମ ଅବସ୍ଥା ସମ୍ପର୍କରେ ଜାଣି ହୁଏ ଓ ଏମ ଆର ଆଇ ଯନ୍ତ୍ର ଦ୍ୱାରା କୌଣସି ଶାରୀରିକ ଅଙ୍ଗ ର ନିଦାନ କରି ହୁଏ! ତେବେ ଫୁଲବାଣୀରେ ଡାକ୍ତରଖାନା ପ୍ରତିଷ୍ଠା ହେବାର ଦୀର୍ଘ ବର୍ଷ ପରେ ଏହି ଜରୁରୀ କାଳୀନ ସୁବିଧା ଉପଲବ୍ଧ ହେବ l