ଫୁଲବାଣୀ ଠାରେ ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକଙ୍କ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ ଠାରେ ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକଙ୍କ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ ଠାରେ ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକଙ୍କ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ବୈଠକ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଫୁଲବାଣୀ ନାରାୟଣୀ ମନ୍ଦିର,ରେ ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକଙ୍କ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ବୈଠକ ସଫଳତାର ସହିତ ଆୟୋଜିତ ହେଲା। ବୈଠକରେ ନୂତନ ରାଜ୍ୟ ଛାତ୍ର ସଭାପତି ପଦରେ ଦୈତ୍ୟ ନେଲେ କନ୍ଧମାଳର ଦେବାଶିଷ ସାହାଣୀ। ବୈଠକରେ ଅନେକ ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ ଓ ସେମାନେ ତାଙ୍କର ସମସ୍ୟା ଓ ଅଭିଗମ ବିଷୟରେ ଛାତ୍ର ସଭାପତିଙ୍କ ସହ ଆଲୋଚନା କରିଥିଲେ।ବୈଠକରେ ପ୍ରତିଷ୍ଠାତା ତଥା ଅଧକ୍ଷ ମୀନକେତନ ପଟ୍ଟନାୟକ, ବ୍ରାଣ୍ଡ ରାଜଦୂତ ମାନସୀ ପଟ୍ଟନାୟକ, ପ୍ରଶାସନିକ ସଚିବ ଅଭିନାଶ ସାମନ୍ତରାୟ, ରାଜ୍ୟ ଲୋକସଂପର୍କ ଅଧିକାରୀ ପବନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କର ଉପସ୍ଥିତି ଏହି ବୈଠକକୁ ସଫଳ ଓ ଗୁରୁତ୍ୱପୂର୍ଣ୍ଣ କରିଥିଲା।ଏହି ବୈଠକରେ ଛାତ୍ର ସଭାପତି ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନେ ଛାତ୍ର-ଛାତ୍ରୀଙ୍କ ସମସ୍ୟା, ଶିକ୍ଷା, ଓ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ସହଯୋଗ ଓ ନୂତନ ଯୋଜନା ରୂପରେ ନେବା ପାଇଁ ନିର୍ଦ୍ଦେଶ ଦିଆ। ଏହି ବୈଠକ ଦ୍ୱାରା ଛାତ୍ର ଶକ୍ତି ଓ ସଂଗଠନ କ୍ଷମତାକୁ ନବ ଦିଗ ମିଳିଛି ବୋଲି ଆଶା କରାଯାଉଛି।ଅନୁଷ୍ଠାନ ସଫଳ ହେବାରେ ସମସ୍ତଙ୍କୁ ଧନ୍ୟବାଦ।