ଫୁଲବାଣୀ ଆଇ ଟି ଆଇ ର ପ୍ରିନ୍ସିପାଲ ଭାବେ ପ୍ରଦୀପ ସାହୂ ଙ୍କ ଦାୟିତ୍ଵ ଗ୍ରହଣ

ଫୁଲବାଣୀ ଆଇ ଟି ଆଇ ର ପ୍ରିନ୍ସିପାଲ ଭାବେ ପ୍ରଦୀପ ସାହୂ ଙ୍କ ଦାୟିତ୍ଵ ଗ୍ରହଣ

ଫୁଲବାଣୀ ଆଇ ଟି ଆଇ ର ପ୍ରିନ୍ସିପାଲ ଭାବେ ପ୍ରଦୀପ ସାହୂ ଙ୍କ ଦାୟିତ୍ଵ ଗ୍ରହଣ….

କନ୍ଧମାଳ -୧୭/୦୨ (ରିପୋର୍ଟ କୁନା ଦିଗାଲ)ଫୁଲବାଣୀ ସରକାରୀ ଆଇ ଟି ଆଇ ରେ ନୂତନ ପ୍ରିନ୍ସିପାଲ ଲେବେଲ- ୧ଭାବେ ବରିଷ୍ଠ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ମଙ୍ଗଳ ବାର ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଦାୟିତ୍ବ ଗ୍ରହଣ କରିବା ପରେ ଆଇ ଟି ଆଇ ର ସମସ୍ତ ଇନଷ୍ଟ୍ରକ୍ଟ ର,କର୍ମଚାରୀ ମାନେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଫୁଲବାଣୀ ଆଇ ଟି ଆଇ ର ମାନ ବୃଦ୍ଧି କରିବା ସହ ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଯେପରି ବିଭିନ୍ନ ଟ୍ରେଡ ରେ ତାଲିମ ପ୍ରାପ୍ତ କରି ସ୍ବାବଲମ୍ବୀ ହୋଇପାରିବେ ସେଥିପ୍ରତି ଅଧିକ ଦୃଷ୍ଟି ଦେବେ ବୋଲି ଦାୟିତ୍ବ ଗ୍ରହଣ କରିବା ପରେ ନୂତନ ଅଧ୍ୟକ୍ଷ ପ୍ରଦୀପ ସାହୂ କହିଛନ୍ତି l ପ୍ରଦୀପ ଏଥି ପୂର୍ବରୁ ଭବାନୀପାଟଣା ଆଇଟିଆଇ ର ଅଧ୍ୟକ୍ଷ ଭାବେ ନିଷ୍ଠା,ଆନ୍ତରିକତା ଓ ଦକ୍ଷତା ର ସହ ଦାୟିତ୍ବ ତୁଲାଇ ବେଶ୍ ପ୍ରଶଂସା ଭାଜନ ହୋଇଥିଲେ l କମ ସମୟ ମଧ୍ୟରେ ପ୍ରଦୀପ ଭବାନୀପାଟଣା ଆଇ ଟି ଆଇ ର ସର୍ବାଙ୍ଗୀନ ଉନ୍ନତୀ ପ୍ରତି ଦୃଷ୍ଟି ଦେଇ ଥିଲେ l ପୁର୍ବରୁ କନ୍ଧମାଳ ଜିଲ୍ଲା ର ଦାରିଂବାଡ଼ି ଓ କୋଟଗଡ଼ ଆଇଟିଆଇ ରେ ଅଧ୍ୟକ୍ଷ ଭାବରେ ରହି ପ୍ରଶଂସା ସାଉଁଟି ଥିଲେ l ବର୍ତ୍ତମାନ ତାଙ୍କର ଯୋଗଦାନ ଫଳରେ ଆଇଟିଆଇ ର ଉନ୍ନତୀ ହେବ ବୋଲି ଅଧସ୍ଥନ କର୍ମଚାରୀ, ତାଲିମ ନେଉଥିବା ଛାତ୍ର ଛାତ୍ରୀ ମାନେ ଆଶା ପ୍ରକାଶ କରିଛନ୍ତି l