ପ୍ରସିଦ୍ଧ ବୀରଖମ୍ବ ମନ୍ଦିରରେ ଆଜି ମହୁମାଛି ଆକ୍ରମଣରେ ୩୦ ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ାସ୍ଥିତ ପ୍ରସିଦ୍ଧ ବୀରଖମ୍ବ ମନ୍ଦିରରେ ଆଜି ମହୁମାଛି ଆକ୍ରମଣରେ ୩୦ ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର କେନ୍ଦୁପଡା ଜଙ୍ଗଲ ଭିତରେ ବୀରଖମ୍ବ ମନ୍ଦିର ଅଛି ଏବଂ ଏଠାରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ପୂଜାର୍ଚ୍ଚନା ହୋଇଥାଏ। ଏହି ପୂଜାରେ ଜିଲ୍ଲା ତଥା ରାଜ୍ୟ ବାହାରରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି।