ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଶୀର୍ଷକ କର୍ମଶାଳା ।

ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଶୀର୍ଷକ କର୍ମଶାଳା ।

*ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଶୀର୍ଷକ କର୍ମଶାଳା ।

ଗଜପତି,ତା.୧୧.୦୩.୨୦୨୬(ମନୋଜ ପାଢ଼ୀ)-:
ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସରଳ ବ୍ୟବହାର କରି ଗଜପତି ଜିଲ୍ଲାର ଜନସାଧାରଣଙ୍କୁ କିପରି ଉନ୍ନତମାନର ସେବା ଯୋଗାଇ ଦିଆଯିବ ସେ ନେଇ ଏକ ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନନାଗା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର ଓ ଡେପୁଟି କଲେକ୍ଟର ବିନାୟକ ରାଉଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଓକାକ୍ ସୌଜନ୍ୟରୁ ଓକେସିଏଲ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଓକେସିଏଲ ର ଗଜପତି ଜିଲ୍ଲା ମୂଖ୍ୟ ଶ୍ରୀକାନ୍ତ ମହାନ୍ତି ସଂଯୋଜନା କରିଥିବା ବେଳେ ଶୁଭମ୍ ଚୌଧୁରୀ ରିସୋର୍ସ ପର୍ସନ ଭାବେ ଯୋଗଦେଇ ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସରଳ ବ୍ୟବହାର ପାଇଁ ବିଭିନ୍ନ ଉପକରଣ (ଟୁଲ୍) ଗୁଡିକ ସମ୍ପର୍କରେ ବିଶଦ ଭାବରେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନର ଡିଜିଟାଲ ଯୁଗରେ ବିଭିନ୍ନ ଅଗ୍ରଗାମୀ ଜିଲ୍ଲାର ଜନସାଧାରଣ ଯେପରି ବିଭିନ୍ନ କ୍ଷେତ୍ରରେ ଅତ୍ୟାଧୁନିକ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ସେହିପରି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ପ୍ରଶାସନିକ କ୍ଷେତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତାର କିପରି ବିଭିନ୍ନ ଭୂମିକାରେ ବ୍ୟବହାର କରିବାକୁ ଉଦ୍ୟମୀ ହେବେ ସେଥିପାଇଁ ଏହି କର୍ମଶାଳାର ଆୟୋଜନ ହୋଇଥିଲା। ଜିଲ୍ଲାର ବିଭିନ୍ନ ବିଭାଗର ବଛା ବଛା ୩୪ ଜଣ ଅଧିକାରୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଏଭଳି ସରକାରୀ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏଭଳି କର୍ମଶାଳାରେ ଜିଲ୍ଲାର ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଗଲେ ଜିଲ୍ଲାର ମଙ୍ଗଳ ସାଧିତ ହେବ ବୋଲି ମତପ୍ରକାଶ ପାଇଛି।*