ପ୍ରଥମ ଦିନୋତ୍ସବ/ପ୍ରବେଶ ଦିବସ ପାଳନ

ପ୍ରଥମ ଦିନୋତ୍ସବ/ପ୍ରବେଶ ଦିବସ ପାଳନ

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୦୧-୦୪-୨୦୨୬ରିଖ ବୁଧବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିନୋତ୍ସବ/ ପ୍ରବେଶ ଦିବସ ପାଳିତ ହୋଇଯାଇଅଛି।ଏହି ଅବସରରେ ସମାଜ ସେବକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମେଣ୍ଡଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଗୁରୁମା ସୁଶ୍ରୀ ହିମାଦ୍ରି ନାଗ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରବେଶ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀମତୀ ଶ୍ରୁତି ନାଏକ ପରିଚାଳନା କରିଥିବାବେଳେ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ଭଉଣୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା।ସୁଶ୍ରୀ କୁନ୍ତୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ବିଦ୍ୟାରମ୍ଭ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା।ଶିଶୁ ଭାଇ ଭଉଣୀ ମାନେ ପରବର୍ତ୍ତୀ ଶ୍ରେଣୀକୁ ପ୍ରବେଶ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।