ପ୍ରଥମ ଥର ପାଇଁ ଟିକାବାଲି ମହୋତ୍ସବ -୨୦୨୬ ଉଦଯାପିତ ଧୂମଧାମ ରେ ପାଳନ…..
କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ ) ପାରମ୍ପରିକ ଲୋକଳାକାର ମହାସଂଘ ର ସଭାପତି ତଥା ଟିକାବାଲି ମହୋତ୍ସବର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗାଲ (ବୁଲୁ ) ଙ୍କ ପ୍ରବଳ ଇଛା ଶକ୍ତି ଓ ବିଡ଼ିଓ ଶ୍ରୀ ଯୁକ୍ତ ବିଷ୍ଣୁ ଗୋବିନ୍ଦ ଙ୍କ ବଳିଷ୍ଠ ସମର୍ଥନ, ସମେତ ସଂକ୍ରିତନ ଗୁରୁ ସିମାଞ୍ଚଳ ମାଝୀ, ଆକ୍ଟିଭ କଳାକାର ସୁଜତା ମଳିକ, ସୁଶୀଳା କହଁର, ଶରତ ଦୁଗାଲ, ବ୍ରହ୍ମl ମଲିକ , ସୁଧୀର ଦେହୁରୀ,କୁନା ଡିଗାଲ, ସଂଜୀବ ଡିଗାଲ,ବିଜେନ୍ଦ୍ର ପ୍ରଧାନ, ବେଷ୍ଟ ଭଳିଣ୍ଟର ସବିତା ପ୍ରଧାନ ଦଳ , ନରେଶ ନାୟକ,ମିନାକ୍ଷୀ ମଳିକ, ଅରୁଣ ପଟନାୟକ,ଅଧୁଶ୍ୱର ମଲିକ, ରଞ୍ଜୁ ଡିଗାଲ, ବାନାମ୍ବର ମୁଖୀ,ଏହିପରି କଳାକାରଙ୍କ ଦୃଢ଼ ସହଯୋଗ ବଳରେ ସଫଳ ହେଇପାରିଛି l କନ୍ଧମାଳ ଜିଲ୍ଲା ରେ ପ୍ରଥମ ଆରମ୍ଭ ଟିକାବାଲି ମହୋତ୍ସବ -୨୦୨୬ l ଆଜିକାର ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ପ୍ରାୟ ୪୦ ରୁ ଉର୍ଦ୍ଧ ଦଳ ନୃତ୍ୟ ପରିବେଷଣ କରିଥିବା ନଜର ରହିଛି l ଫୁଲବାଣୀ ନଟରାଜ କଳା ମନ୍ଦିର, କାଲ୍ଟିମେଣ୍ଡି ର କୁନାଙ୍ଗା ସରୁ,ବନବାସୀ କଳା ସାଂକୃତିକ ପରିଷଦ,ଝାଗିଡ଼ି ନୃତ୍ୟ ଗଣ୍ଡଗାଁ, ବସୁମତୀ ଦଳ ବଡ଼ିମୁଣ୍ଡା, ମା ଗ୍ରାମଦେବିଦଳ ଗଣ୍ଡ ସାହି,କଇଁଝର ବିଦୁର ନୟକ ଟିମ, ହାଇସ୍କୁଲ, ସେବା ଇଂଲିଶ ମିଡିୟମ ଏହିପରି ଅନେକ ଦଳ ରାତ୍ର ୨ ଘଣ୍ଟିକା ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି l ଯାହାକି ଅତି ମନୋଳାଭା ଥିଲା ଆଜିରତ୍ସବରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ପାଳ ବେଦଭୂଷଣ, ସମ୍ନାନୟୀ ଅତିଥି ଭାବେ ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ବିଷ୍ଣୁ ଗୋବିନ୍ଦ, ଟିକାବାଲି ଚେୟାରମ୍ୟାନ ଶ୍ରୀ ଯୁକ୍ତ ଦିଲୀପ କହଁର,,ଗୋଷ୍ଠୀଉନ୍ନୟନ ଅଧିକାରୀ ଖଜୁରୀପଡା ଶ୍ରୀ ଦତ୍ତାତ୍ରୟ ବାହିନୀପତି,ଟିକାବାଲି ତହସିଲଦାର ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ,ଙ୍କ ସମେତ ଟିକାବାଲି କଲେଜ ର ଅଧକ୍ଷ ଶ୍ରୀ ଯୁକ୍ତ ଦୀନବନ୍ଧୁ ମହାନ୍ତି ମହୋତ୍ସବ ରେ ମୁଖ୍ୟ ଅବଦାନ ଥିବା ମହାସଂଘ ର ସଭାପତି ଙ୍କୁ ସତ୍ୟ ଯୁକ୍ତ ଶବ୍ଧ ବ୍ୟବହାର କରି ଅନର୍ଗଳା ପ୍ରଶଂସା ଗାନକରିଥିଲେ l କଳାକାର ଉତ୍ସlହିତ କରିଥିଲେ,ଏପରି କଳା ଏବଂ କଳାକାର ଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ପ୍ରାପ୍ତ କରି ମହାସଂଘ ଗର୍ବ କରୁଛି l ଆଜିର କାର୍ଯ୍ୟକ୍ରମ ରେ ଅଞ୍ଚଳର ଅନେକ କଳାକାର ଏବଂ ବୁଦ୍ଧିଜୀବି ମାନଙ୍କ ଉପସ୍ଥିତ ରେ ଟିକାବାଲି ଉତ୍ସବ ପ୍ରଥମ ଥର ପାଇଁ ଅତି ସୁନ୍ଦର ଏବଂ ଅନନ୍ୟ ରୂପେ ପାଳିତ ହୋଇଛି l
ଏହି ଉତ୍ସବ ବିଳମ୍ୱ ହୋଇଥିଲେ ସୁଦ୍ଧା ଅଞ୍ଚଳ ପାଇଁ ସବୁଆଡ଼ୁ ଖୁସି ଓ ଶୁଭସଂକେତ ର ସୁଅଛୁଟି ବାରେ ଲାଗିଛି l ଦର୍ଶକଙ୍କ ଭିଡ଼ ମଧ୍ୟରେ ଅତି ସୁନ୍ଦର ପାରମ୍ପରିକ ଲୋକ କଳା ଏବଂ ସଂଗୀତ ର ତାଳେ ତାଳେ ଝୁମିବାରେ ନାଚିବାରେ ପୁରା ମଞ୍ଚ କୁ ଧୂଲେକେଇ ଥିଲେ ଅନେକ କଳାକାର l ଏପରି ଲୋକକଳା ସଂସ୍କୃତି, ଏବଂ ଭାଇଚାରା ର ପର୍ବ ଟିକାବାଲି ମହୋତ୍ସବ କୁ ଅନେକ ଶୁଭେଚ୍ଛା ସହିତ ପ୍ରତି ବର୍ଷ ଯେପରି ପାଳିତ ହୋଇ ପାରିବ ସେଥିପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଜାଗ୍ରତ ସୃଷ୍ଟି କରିଛି l
