ପୌର ପରିଷଦ ବାର୍ଷିକ ବଜେଟ ଆର୍ଥିକ ଅଧିବେଶନ ଓ କାଉନସିଲ ବୈଠକ ।

ପୌର ପରିଷଦ ବାର୍ଷିକ ବଜେଟ ଆର୍ଥିକ ଅଧିବେଶନ ଓ କାଉନସିଲ ବୈଠକ ।

ପୌର ପରିଷଦ ବାର୍ଷିକ ବଜେଟ ଆର୍ଥିକ ଅଧିବେଶନ ଓ କାଉନସିଲ ବୈଠକ ।

ଗଜପତି,(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦର ସାଧାରଣ ବୈଠକ ତଥା ବାର୍ଷିକ ଆର୍ଥିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ନିର୍ମଳା ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଟିତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ରାଜ୍ୟର ସର୍ବପୁରାତନ ପୌରପରିଷଦର ଯେତିକି ବିକାଶ ହେବା କଥା ହୋଇ ନାହିଁ । ଏନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ସମସ୍ତ ସଭ୍ୟସଭ୍ୟା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ କି ସମସ୍ତ କାର୍ଯ୍ୟ ତଥା ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରି ଉନ୍ନତମାନ କାର୍ଯ୍ୟ କରିବା ପାଇଁ ମତ ରଖିଥିଲେ । ମୁଖ୍ୟତଃ ସହରର ରାସ୍ତା, ନାଳ ନର୍ଦ୍ଦମା, ପିଇବା ପାଣି, ସ୍ବାସ୍ଥ୍ୟ, ଶିକ୍ଷା ଉପରେ ଆଲଚନା ହୋଇଥିଲା । ବିଗତ ବୈଠକ ର ବିବରଣୀ ପାଠ କରିବା ସହ ୨୦୨୬ ମସିହାର ଆର୍ଥିକ ବିବରଣୀ ଉପସ୍ଥାପନା କରାଯାଇଥିଲା ଏବଂ ଆଗାମୀ ବର୍ଷ ପାଇଁ ବଜେଟ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଇ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।