ପୌରପରିଷଦ କ୍ୱାର୍ଟର୍ସ ଲାଗିଛି ଭଡ଼ାରେଅବସର ପରେ ବି ମାଡ଼ିବସିଛନ୍ତି କର୍ମଚାରୀ ୫୫ ଲକ୍ଷରୁ ଅଧିକ ଭଡ଼ା ବକେୟା ।

ପୌରପରିଷଦ କ୍ୱାର୍ଟର୍ସ ଲାଗିଛି ଭଡ଼ାରେଅବସର ପରେ ବି ମାଡ଼ିବସିଛନ୍ତି କର୍ମଚାରୀ ୫୫ ଲକ୍ଷରୁ ଅଧିକ ଭଡ଼ା ବକେୟା ।

ପୌରପରିଷଦ କ୍ୱାର୍ଟର୍ସ ଲାଗିଛି ଭଡ଼ାରେଅବସର ପରେ ବି ମାଡ଼ିବସିଛନ୍ତି କର୍ମଚାରୀ ୫୫ ଲକ୍ଷରୁ ଅଧିକ ଭଡ଼ା ବକେୟା ।

ଗଜପତି,୨୨.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଅବହେଳାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ଫାଇଦା ଉଠାଉଥିବା ବେଳେ ପରିଷଦର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ କ୍ଷତି ହେଉଥିବା ଦୃଷ୍ଟିକୁ ଆସିଛି। ପାରଳା ପୌରପରିଷଦର କର୍ମଚାରୀଙ୍କ ନିମନ୍ତେ ୬୨ଟି କ୍ୱାର୍ଟର୍ସ ନିର୍ମିତ ହୋଇଛି। ତେବେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ଅବସର ପରେ ବି କିଛି କର୍ମଚାରୀ କ୍ୱାର୍ଟର୍ସ ଛାଡୁ ନ‌ଥିବା ବେଳେ ଆଉ କିଛି କର୍ମଚାରୀ ସରକାରୀ କ୍ୱାର୍ଟର୍ସକୁ ଭଡ଼ାସୂତ୍ରରେ ଦେଇ ମାସିକ ୫ରୁ ୬ ହଜାର ଟଙ୍କା ହିସାବରେ ବର୍ଷବର୍ଷ ହେଲା ବେଶ୍ ମୋଟା ଅଙ୍କ କମାଉଛନ୍ତି । ସେପଟେ କିଛି କର୍ମଚାରୀଙ୍କ ଅବସର ପରେ ସ୍ବର୍ଗବାସ ହୋଇଗଲାଣି କିନ୍ତୁ, ତାଙ୍କ ପରିବାରବର୍ଗ କ୍ୱାର୍ଟର୍ସକୁ ଛାଡ଼ିବେ କ’ଣ, ସରକାରୀ ସମ୍ପତ୍ତିକୁ ନିଜ ପୈତୃକ ସମ୍ପତ୍ତି ଭାବି ଇଚ୍ଛା ମୁତାବକ ଏହାର ବିଭାଜନ କରିଛନ୍ତି। ଯାହାର ଦୁଇପୁଅ ଅଛନ୍ତି ଦୁଇଭାଗ କରି ୨୦ରୁ୨୫ ବର୍ଷ ହେଲା ରହି ଆସୁଛନ୍ତି। ସଂପ୍ରତି ନିର୍ଦ୍ଧାରିତ କ୍ୱାର୍ଟର୍ସ ପିଛା ୯୦୦ ଟଙ୍କା ଭଡ଼ା ହିସାବରେ ପାଖାପାଖି ୫୫ ଲକ୍ଷ ୪୪ ହଜାର ୨୨୨ ଟଙ୍କା ବକେୟା ରହିଛି। ଗତ ୩୦ ବର୍ଷରୁ ଅଧିକ ସମୟ ହେଲା କିଛି ପୁରୁଣା କର୍ମଚାରୀ ଓ ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକ କ୍ୱାର୍ଟର୍ସକୁ କବ୍‌ଜାରେ ରଖିଛନ୍ତି। ଅନ୍ୟପକ୍ଷରେ ପୌରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ କହିଛନ୍ତି, ଏନେଇ ପୂର୍ବରୁ ବହୁବାର ନୋଟିସ କରାଯାଇଛି। କିନ୍ତୁ, କେହି ବି କ୍ୱାର୍ଟର୍ସକୁ ଖାଲି କରୁନାହାନ୍ତି। ଆଗାମୀ ବୈଠକରେ ସମସ୍ୟା ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ତେବେ ଗତ ୩୦ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ହରାଇ ପୌରପାଳିକା କର୍ତ୍ତୃପକ୍ଷ ନିରବରହିଥିବା ବେଳେ ଦୁର୍ନୀତିର ଗନ୍ଧ ବାରିହେଉଛି। ଏଣୁ ଏହାର ତଦନ୍ତ ଆବଶ୍ୟକ ବୋଲି ବିଜେପି ନେତା ଶିବ୍ଦେଶ୍ଵର ମିଶ୍ର ଓ ସୂଚନା ଅଧିକାର କର୍ମୀ ପ୍ରଣୋଜ ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ତେବେ, ବେଆଇନ ଜବରଦଖଲ ହଟାଯାଇ ସରକାରୀ କ୍ୱାର୍ଟର୍ସ ଗୁଡ଼ିକୁ ପ୍ରକୃତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସେବା ପ୍ରଦାନ ପାଇଁ ବିନିଯୋଗ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି। ସୂଚନା ଥାଉକି, ଗତ କିଛିଦିନ ତଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବେଆଇନ ଦଖଲରେ ରହିଥିବା ସରକାରୀ କ୍ୱାର୍ଟର୍ସ ଗୁଡ଼ିକୁ ଭଙ୍ଗାଯାଇଥିଲା ।