ପୌରପରିଷଦ କାର୍ଯ୍ୟାଳୟରେ ଅଗ୍ନି ସୁରକ୍ଷାକୁ ନେଇ ମକଡ଼୍ରିଲ ଓ ସଚେତନତା ବୈଠକ ।
ଗଜପତି,୨୮.୩(ମନୋଜ ପାଢ଼ୀ):- ପାରଳା ପୈାରପରିଷଦ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ଭେଣ୍ଡର ଓ ପୌର ପରିଷଦରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଜରୁରୀ କାଳୀନ ପରିସ୍ଥିତିରେ କିଭଳି ମୁକାବିଲା କରାଯିବ ସେନେଇ ସଚେତନ ସୃଷ୍ଟି କରିବା ସହ ମକଡ୍ରିଲ ପ୍ରଦର୍ଶନ କରିଥିଲେ । ସମସ୍ତ ଦୁର୍ଘଟଣା ସମ୍ଭାବ୍ୟ ସ୍ଥଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଉପଦେଶ ଦେଇଥିଲେ । ଏହା ସହ ଉପସ୍ଥିତ ବୁଦ୍ଧି ଖଟାଇ କିଭଳି ତତକ୍ଷଣାତ ଧନ ଜୀବନ ରକ୍ଷା କରିବେ ସେନେଇ ତାଲିମ୍ ପ୍ରଦାନ କରିଥିଲେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ। ସହରର ସମସ୍ତ ମଲ୍, ସିନେମା ହଲ୍, ବଡ ବଡ ସୋ ରୁମ୍ ମାଲିକ ଓ ତାଙ୍କର ପ୍ରତିନିଧି ମାନେ ଉପସ୍ଥିତ ଥିବା ବେଳେ ଅଗ୍ନି ଦାଉରୁ କିପରି ରକ୍ଷା ପାଇ ଉପକୃତ ହୋଇପାରିବେ ସେନେଇ କୁହାଯାଇଥିଲା । ଆଗାମୀ ଦିନରେ ନିୟମିତ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଗ୍ନିଶମ ଅଧିକାରୀ ଧିରେନ୍ଦ୍ର କୁମାର ଦାସ କହିଛନ୍ତି । ଆଜିର ଏହି ସଚେତନତା ଓ ମକ ଡ୍ରିଲ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁଙ୍କ ସମେତ ଯନ୍ତ୍ରୀ ମଧୁସ୍ମିତା ଦାସ, ପୌରପରିଷଦର ସମସ୍ତ କର୍ମଚାରୀ ମାନେ ଉପସ୍ଥିତଥିଲେ ।
