ପେଟା ମାଳିଗୁଡ଼ା ଘାଟିରେ ଭୟାବହ ସଡ଼କ ଦୁର୍ଘଟଣା, ୫ ଆହତ – ଡ୍ରାଇଭର ଓ ବୃଦ୍ଧା ଗୁରୁତର

ପେଟା ମାଳିଗୁଡ଼ା ଘାଟିରେ ଭୟାବହ ସଡ଼କ ଦୁର୍ଘଟଣା, ୫ ଆହତ – ଡ୍ରାଇଭର ଓ ବୃଦ୍ଧା ଗୁରୁତର

ପେଟା ମାଳିଗୁଡ଼ା ଘାଟିରେ ଭୟାବହ ସଡ଼କ ଦୁର୍ଘଟଣା, ୫ ଆହତ – ଡ୍ରାଇଭର ଓ ବୃଦ୍ଧା ଗୁରୁତର

ବୈପାରିଗୁଡ଼ା (କୋରାପୁଟ):କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳ ଅଧୀନ ପେଟା ମାଳିଗୁଡ଼ା ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁନ୍ଦୁରା ଗ୍ରାମରୁ ତିନିଟି ପରିବାର ଗୋଟିଏ କାରରେ ଆନ୍ଧ୍ର ପ୍ରଦେଶର ଆର୍କୁ ଭ୍ରମଣକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ପେଟା ମାଳିଗୁଡ଼ା ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ କାରରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ।ଦୁର୍ଘଟଣାରେ କାର ଡ୍ରାଇଭର ଓ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ତିନି ଜଣ ଯାତ୍ରୀ ସାଧାରଣ ଆଘାତ ପାଇଥିବାର ସୂଚନା ମିଳିଛି।

ଖବର ପାଇ ରାଣୀତୋଟା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୈପାରିଗୁଡ଼ା ଡାକ୍ତରଖାନାକୁ ପଠାଇଥିଲେ।ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ କାର ଡ୍ରାଇଭର ଓ ବୃଦ୍ଧାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ, ଡ୍ରାଇଭରଙ୍କ ହାତ ଭାଙ୍ଗିବା ସହ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।ପୁଲିସ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ବେଳେ, ଘାଟି ରାସ୍ତାରେ ସାବଧାନତା ସହ ଯାନଚାଳନା କରିବାକୁ ସାଧାରଣଙ୍କୁ ଅନୁରୋଧ କରାଯାଇଛି।