ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ଲୁଟ ଘଟଣା ର ପର୍ଦାପାସ କରି ମହିଳାଙ୍କ ସମେତ ୫ ଗିରଫ ଓ କୋର୍ଟ ଚାଲାଣ

ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ଲୁଟ ଘଟଣା ର ପର୍ଦାପାସ କରି ମହିଳାଙ୍କ ସମେତ ୫ ଗିରଫ ଓ କୋର୍ଟ ଚାଲାଣ

ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ଲୁଟ ଘଟଣା ର ପର୍ଦାପାସ କରି ମହିଳାଙ୍କ ସମେତ ୫ ଗିରଫ ଓ କୋର୍ଟ ଚାଲାଣ

ରାୟଗଡ( info media ): ରାୟଗଡ଼ାସହର ରିଙ୍ଗ ରୋଡ଼ ସ୍ଥିତ ଫାୟାର ଷ୍ଟେସନ ନିକଟରେ ରହୁଥ‌ିବା ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ ଘଟଣାରେ ରାୟଗଡ଼ା ପୁଲିସ ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ରାଜେଶ ସେଠୀ ଓରଫ ରାଜା, ରଜନୀରାଣୀ ସେଠୀ ଓରଫ ରୋଜୀ, ଦେବାଶିଷ ପାଢୀ, ଯଶୋବନ୍ତ ନାୟକ ଓରଫ ଜେଶୁ ଓ ହରେଶ ରହାଲୁ । ରାୟଗଡା ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା ବସନ୍ତ କୁମାର ମିଶ୍ର ଗତ ମାସ ୧୨ ଓ ୧୩ ତାରିଖ ରାତିରେ ଘରେ ଏକୁଟିଆ ଥିବା ବେଳେ ଜଣେ ମହିଳାଙ୍କ ସମେତ ୫ଜଣ ଯୁବକ ହାତରେ ବନ୍ଧୁକ ଛୁରୀ ଆଦି ମାରଣାସ୍ତ୍ର ଧରି ତାଙ୍କ ଘରେ ଜୋର ଜବରଦସ୍ତ ଘରେ ପଶିଥିଲେ । ରାତି ୧୧ଟାରେ ଘରେ ପଶି ସକାଳ ୫ଟା ଯାଏଁ ଦୁବୃତ୍ତ ମାନେ ବସନ୍ତଙ୍କୁ ନିର୍ମମ ଭାବେ ମାରପିଟ କରିଥିଲେ। ଦୁର୍ବୃତ୍ତମାନେ ସୁନା ଚେନ, ମୁଦୀ, ଘରୋଇ ଆସିବାପତ୍ର, ବାଇକ୍ ଲୁଟି ନେଇଥିବା ଏବଂ କିଛି ଆସବାବପତ୍ର ଭାଙ୍ଗି ଦେଇଥିବା ନେଇ ଶ୍ରୀ ମିଶ୍ର ଥାନାରେ ଏତଲା ଦେଇଥିଲେ । ଦୁର୍ବୃତ୍ତମାନେ ତାଙ୍କ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ଫର୍ମ ଦସ୍ତଖତକରି ନେବା ସହ ବନ୍ଧୁକ ମୁନରେ ତାଙ୍କ ଫୋନ ପେ ଆକାଂଉଣ୍ଟରୁ ୧୧ ହଜାର ଟଙ୍କା ମଧ୍ୟ ଟ୍ରାନ୍ସଫର କରିନେଇଥିଲେ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ । ୬ ଘଣ୍ଟା ଧରି ଦୁର୍ବୃତ୍ତମାନେ ରାତିରେ ବସନ୍ତଙ୍କୁ ହାତ ଗୋଡ ବାନ୍ଧି ମାରପିଟ କରି ଶାରୀରିକ ଯନ୍ତ୍ରଣା ଦେବା ସହ ଲୁଟ କରିଥିଲେ ଏବଂ ସକାଳୁ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ। ସକାଳୁ ଶ୍ରୀ ବସନ୍ତ ଘଣ୍ଟାଏ ଧରି ପାଟି କରିବା ପରେ ସାହି ପଡିଶା ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକ ଚିକିତ୍ସା ପାଇଁ ଆଣିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଜଣାପଡିଛି। ସେମାନଙ୍କ ଠାରୁ ଗୋଟିଏ ଗ୍ୟାସ ସିଲିଣ୍ଡର, ଗୋଟିଏ ଗ୍ରାଇଣ୍ଡର, ଦୁଇଟି ସାଉଣ୍ଡ ସ୍ପିକର, ରାଇସ କୁକର, ଇଲେକ୍ଟ୍ରି କ କେଟଲି ଏବଂ ଗୋଟିଏ ୱାଟର ବୋତଲ ଜବତ କରିଥିବା ପୁଲିସ ଗଣମାଧ୍ଯମକୁ ପ୍ରେସବାର୍ତାରେ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ନେଇ ରାୟଗଡ ଥାନା ଆଇଆଇସି ପ୍ରସନ୍ନ ବେହେରା ସୂଚନା -ଦେଇଛନ୍ତି । ଉକ୍ତ ମାମଲାକୁ ରାୟଗଡ଼ା ଥାନା ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଅଜିତ ପରିଡା ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ କରି ଘଟଣାର ଫର୍ଦାଫାସ କରିଥିଲେ |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ