ପୂଣ୍ୟ ଶୁକ୍ରବାର ଓ ଇଷ୍ଟର ସଣ୍ଡେ ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର ।

ପୂଣ୍ୟ ଶୁକ୍ରବାର ଓ ଇଷ୍ଟର ସଣ୍ଡେ ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର ।

ପୂଣ୍ୟ ଶୁକ୍ରବାର ଓ ଇଷ୍ଟର ସଣ୍ଡେ ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର ।

ଗଜପତି,୪.୪(ମନୋଜ ପାଢ଼ୀ):- ପୂଣ୍ୟ ଶୁକ୍ରବାର ଓ ଇଷ୍ଟର ସଣ୍ଡେ ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ରକ୍ତ ଦାନ ଶିବିର ଆୟୋଜନରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ ।

ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଅଜିତ କୁମାର ନାୟକ , ସମାଜ ସେବୀ ଲାଜର ଲିମା ପ୍ରମୁଖ ଉପାସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।‎