ପୁରୀରେ ବଡ଼ ସଫଳତା – ୧୫୭ ଗ୍ରାମ ବ୍ରାଉନ ସୁଗାର ସହ ୩ ବେପାରୀ ଗିରଫ

ପୁରୀର ଚନ୍ଦନପୁର ଥାନା ପୁଲିସ ବଡ଼ ସଫଳତା ହାସଲ କରିଛି। ୩ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ପ୍ରାୟ ୧୫୭ ଗ୍ରାମ ବ୍ରାଉନ ସୁଗାର, ୧.୬୩ ଲକ୍ଷ ନଗଦ, ୨ଟି ବାଇକ୍ ଓ ୩ଟି ମୋବାଇଲ ପୁଲିସ ଜବତ କରିଛି।

ପୁରୀରେ ବଡ଼ ସଫଳତା – ୧୫୭ ଗ୍ରାମ ବ୍ରାଉନ ସୁଗାର ସହ ୩ ବେପାରୀ ଗିରଫ

ପୁରୀ: ଚନ୍ଦନପୁର ଥାନା ପୁଲିସ ବଡ଼ ସଫଳତା ହାସଲ କରିଛି। ମାଦକଦ୍ରବ୍ୟ ବିରୋଧୀ ଅଭିଯାନରେ ତିନିଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ପାଖରୁ ପ୍ରାୟ ୧୫୭ ଗ୍ରାମରୁ ଅଧିକ ବ୍ରାଉନ ସୁଗାର, ୧,୬୩,୫୨୦ ଟଙ୍କା ନଗଦ, ୨ଟି ମୋଟରସାଇକେଲ ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି।ପୁଲିସର କହିବା ଅନୁସାରେ, ଏହି ଅଭିଯାନର ଫଳରେ ମାଦକଦ୍ରବ୍ୟ ଚୋରାଚାଲାନକୁ ରୋକିବାରେ ବଡ଼ ପଦକ୍ଷେପ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଆଜି କୋର୍ଟକୁ ପ୍ରେରଣ କରାଯିବ।