ପି ଗୌରୀଶଙ୍କର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି

ପି ଗୌରୀଶଙ୍କର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି

ପି ଗୌରୀଶଙ୍କର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି
ରାୟଗଡ଼( ସ୍ୱ ପ୍ର ): ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ଯକ୍ଷ ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର। ଗୌରୀ ଶଙ୍କର ପୂର୍ବ ବିଜେଡି ସରକାର ସମଯରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ସଂଯୋଜକ ସହିତ ବିଜେଡି ଦଳର ଜିଲ୍ଲା ଉପସଭାପତି ଏବଂ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ମଧ୍ୟ ରହିଥିଲେ । ପୂର୍ବରୁ ରାୟଗଡ଼ା ବ୍ଲକ ଉପାଧକ୍ଷ ଉପାଧ୍ଯକ୍ଷ ମଧ୍ୟ ରହିଥିଲେ ଗୌରୀଶଙ୍କରl ସୂଚନା ଯୋଗ୍ୟଯେ ଗୌରୀ ଶଙ୍କର ଙ୍କ ଚାନ୍ଦିଲି, କାର୍ଲକଣା, ଦୁନ୍ଦୁଲି, ମାଟିକଣା, କୁଲି, କୋତାପେଟା ପେଣ୍ଟା, କୋମତାଲପେଟା ପଂଚାୟତ ରେ ଦବଦବା ରହିଛି ସେଥିପାଇଁ ତାଙ୍କୁ ବିଜେଡି ର ପ୍ରଧାନ ଶିକ୍ଷକ ବୋଲି ସ୍ଥାନୀୟ ଅଂଚଳ ବାସୀ କହୁଛନ୍ତି l ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ସକ୍ରିୟ ଭୂମିକା ଗ୍ରହଣ କରି ରାୟଗଡ ସି ଜୋନ ଜ଼ିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାପୁଲାକାକୁ ଙ୍କୁ ବିଜୟ କରିବା ରେ ସହାୟକ ହୋଇଥିଲେ | ଗୋରୀ ଙ୍କ ସଂଗଠନ କରିବା ତରିକା କୁ ଦେଖି ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି l ନୂତନ ଦାୟିତ୍ୱ ମିଳିବା ପରେ ଗୌରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ସୁଧୀର ଦାସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଜ଼ିଲ୍ଲା ସଭାପତି ସାରକା ଙ୍କ ନେତୃତ୍ୱ ରେ କାମ କରି ପୁଣି ଥରେ ରାୟଗଡ ଜ଼ିଲ୍ଲା ରେ ବିଜେଡି କୁ ସାଶନ କ୍ଷମତା ରେ ଆଣିବୁ ବୋଲି କହିଛନ୍ତି lତାଙ୍କୁ ଏହି ପଦବୀ ମିଳିବା ପରେ ଜିଲ୍ଲା ସଭାପତି ଜଗନ୍ନାଥ ସାରକା, ରାଜ ଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାଶ, ବିନାୟକ ପୋଲାଈ, ମଣି ରତ୍ନମ, ଅନୁସୟା ମାଝୀ,, ଶୁଭ୍ରା ପଣ୍ଡା, ଉଦୟ ହିମରିକା, ଧୀରୁ ପାଣିଗ୍ରାହୀ, କୁନା ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ information media.