~ ପି.ଏମ୍.ଶ୍ରୀ ସରକାରୀ(ଏସ୍.ଏସ୍.ଡି) ଉଚ୍ଚ ବିଦ୍ୟାଳୟ,ଚନ୍ଦ୍ରପୁର ଠାରେ ଗଣିତ ଓ ବିଜ୍ଞାନ ସର୍କଲ ଅନୁଷ୍ଠିତ
ରାୟଗଡ(info media)ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ର ପି.ଏମ୍.ଶ୍ରୀ ସରକାରୀ (ଏସ୍. ଏସ୍.ଡି) ଉଚ୍ଚ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ ସିର୍କଲ୍ ପିଲା ମାନଙ୍କ ମାଧ୍ୟମ ରେ ଅନୁଷ୍ଠତ ହୋଇଥିଲା। ଏଥିରେ ବିଦ୍ୟାଳୟ ର ଷଷ୍ଠ ରୁ ନବମ ଶ୍ରେଣୀ ର ୩୦୦ ପିଲା ମୋଟ ୨୦ ଟି ଗ୍ରୁପ୍ ରେ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ଗ୍ରୁପ୍ ରେ ଗଣିତ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଯଥା – ଲ.ସା.ଗୁ ଓ ଗ.ସା.ଗୁ,ବିଭିନ୍ନ କୋଣ ର ପରିମାପ, ଭଗ୍ନାଂଶ ର ବିଭିନ୍ନ ପ୍ରକ୍ରିୟା, ବୃତ୍ତ ର କ୍ଷେତ୍ରଫଳ ଓ ବିଭିନ୍ନ ଚାର୍ଟ,ଘନ ବସ୍ତୁ ର ଘନତ୍ଵ ଏବଂ କ୍ଷେତ୍ରଫଳ, ସଂଖ୍ୟା ର ବର୍ଗ ଏବଂ ଘନ ଆଦି ବିଷୟ ରେ ଛାତ୍ର ମାନେ ଉପସ୍ଥାପନ କରିଥିଲେ ଏବଂ ବିଜ୍ଞାନ ର ହାଇବ୍ରିଡ ପାୱାର ପ୍ଲାଣ୍ଟ,ସୌର ଚଳିତ ବିଦ୍ୟୁତ୍ ବତୀ, ସ୍ମାର୍ଟ ମେଡିକାଲ୍,ସ୍ମାର୍ଟ ଭିଲେଜ, ସୌର ଜଗତ, ରକେଟ, ଉଦ୍ଭିଦ ର ବିଭିନ୍ନ ଅଂଶ ଇତ୍ୟାଦି।
ଏଥରେ ଗଣିତ,ବିଜ୍ଞାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ସହୋଯୋଗ କରି ଗଣିତ ଓ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ପ୍ରଶିକ୍ଷଣ ଚାର୍ଟ ପିଲା ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା। ଛାତ୍ର ମନଙ୍କୁ ବିଭିନ୍ନ ଗ୍ରୁପ ରେ କରାଯାଇ ଗୋଟେ ଶ୍ରେଣୀ ଗୃହ ରେ ଶିକ୍ଷକ ମାନଙ୍କ ତତତ୍ଵାବଧାନରେ ଛାତ୍ର ମାନେ ବନେଇଥିବ ପ୍ରକଳ୍ପ କୁ ଅନ୍ୟ ଶିକ୍ଷକ ମାନେ ପ୍ରଶ୍ନ ଉତ୍ତର କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗୋମାଙ୍ଗ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ,ବିଜ୍ଞାନ ଶିକ୍ଷକ ମକର ତୁଇକା, ସାରଙ୍ଗ ଧର ବାଗ,କୁନା ମାଝୀ, ବଳଭଦ୍ର କୁଟ୍ରୁକା,ସୁନିଲ ମହାନ୍ତି,ଆନନ୍ଦ ଡୁବୃକା,ଶ୍ରୀକାନ୍ତ ହୋତା ଙ୍କ କରକମଳ ରେ ସୁରୁଖୁର ରେ ସମ୍ପାଦନ ହୋଇଥିଲା। ଏଥିରେ
ବିଦ୍ୟାଳୟ ର ସମସ୍ତ ଛାତ୍ର ଅତ୍ୟନ୍ତ ଉତ୍କଣ୍ଠା ର ସହକାରେ ଅଂଶ ଗ୍ରହଣ କରି ଉପଭୋଗ କରିଥିଲେ।
ପି ଏମ୍ ଶ୍ରୀ ହାଇ ସ୍କଲ ହେବା ଦ୍ବାରା ଏହିପରି ସମସ୍ତ କାର୍ଯ୍ୟକ୍ରମ ହେଇ ପାରୁଛି ଯାହା ଦ୍ଵାରା ଶିକ୍ଷା ର ମାନ ଉନ୍ନତି ସମ୍ଭବପର। ପରିଶେଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ମାନଙ୍କର ଗଣିତ ଓ ବିଜ୍ଞାନ ପ୍ରତି ଆଗ୍ରହ, ଆଲୋଚନାତ୍ମକ ଚିନ୍ତାଧାରା ର ଉନ୍ନତି, ବିଚାରାତ୍ମକ ଚିନ୍ତା ର ଉନ୍ନତି,ସମୀକ୍ଷାତ୍ମକ ଦୃଷ୍ଟିକୋଣ,ଦଳଗତ କାର୍ଯ୍ୟକ୍ଷମତା ର ଉନ୍ନତି,ଗାଣିତିକ ବିଚାରଧାରା, ବୈଜ୍ଞାନିକ ଚିନ୍ତାଧାରା,ବାସ୍ତବ ଜୀବନର ଗାଣିତିକ ଓ ବୈଜ୍ଞାନିକ ସମସ୍ୟା ସମାଧାନ କିପରି ହୋଇ ପାରିବ ବୋଲି ଉଦବୋଧନ ଦେଇଥିଲେ ।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ପି.ଏମ୍.ଶ୍ରୀ ସରକାରୀ(ଏସ୍.ଏସ୍.ଡି) ଉଚ୍ଚ ବିଦ୍ୟାଳୟ,ଚନ୍ଦ୍ରପୁର ଠାରେ ଗଣିତ ଓ ବିଜ୍ଞାନ ସର୍କଲ ଅନୁଷ୍ଠିତ
