ପିପିଲି ଉତ୍ତରାଛକରେ ପୁଲିସ ଏନ୍‌କାଉଣ୍ଟର, କିନ୍ନର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆହତ

ପିପିଲି ଉତ୍ତରାଛକରେ ପୁଲିସ ଏନ୍‌କାଉଣ୍ଟର, କିନ୍ନର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆହତ

ପିପିଲି ଉତ୍ତରାଛକରେ ପୁଲିସ ଏନ୍‌କାଉଣ୍ଟର, କିନ୍ନର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆହତ

ପିପିଲି: ପୁରୀ ଜିଲ୍ଲା ପିପିଲି ଉତ୍ତରାଛକରେ ପୁଲିସ ଏନ୍‌କାଉଣ୍ଟର ଘଟିଛି। କିନ୍ନର ହତ୍ୟା ମାମଲାରେ ଖୋଜାଯାଉଥିବା ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ପୁଲିସ ଗୁଳିରେ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ପୁଲିସ ଅଭିଯୁକ୍ତକୁ ଧରିବାକୁ ଯାଇଥିବାବେଳେ ସେ ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ପକ୍ଷରୁ ଗୁଳି ଚାଳନା ହୋଇଥିଲା ଓ କ୍ରିଷ୍ଣା କାଣ୍ଡି ଆହତ ହୋଇଥିଲେ।

ଆହତ ଅଭିଯୁକ୍ତଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କର ଅବସ୍ଥା ଦୃଷ୍ଟିରେ କଟକକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ଏବଂ ମାମଲା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି।